Fri. Mar 6th, 2026

ଉତ୍କଳ ଦିବସ ପାଇଁ ଓଡ଼ିଆରେ ଲେଖି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

388 Views

ଭୁବନେଶ୍ଵର: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଆଜି ୮୪ ବର୍ଷରେ ପାଦ ଥାପିଛି । ମାତ୍ର ଓଡ଼ିଶା ମାଟି ମା’ର ଏହି ଜନ୍ମ ଦିବସ କରୋନା ମହାମାରୀ ପାଇଁ ଫିକା ପଡିଛି । ତେବେ ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟରରେ ଲେଖିଛନ୍ତି ଯେ ଉତ୍କଳ ଦିବସ ପାଳନ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ରାଜ୍ୟର ଭବିଷ୍ୟତ ଉଜ୍ୱଳମୟ, ଶାନ୍ତିପ୍ରିୟ ଏବଂ ସମୃଦ୍ଧଶାଳୀ ହେଉ ଏହା ହିଁ ମୋର କାମନା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ । ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ମୋର ପ୍ରାର୍ଥନା ।

ଅନ୍ୟପଟେ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ଓଡିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ସହ ସଂପ୍ରତି କରୋନା ବିରୋଧରେ ଓଡିଶାର ଲଢେଇରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି।

Governor Odisha

@GovernorOdisha

ପବିତ୍ର ଓଡିଶା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଓଡିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ସହ ସଂପ୍ରତି କରୋନା ବିରୋଧରେ ଓଡିଶାର ଲଢେଇରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି।

View image on Twitter

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ଲେଖିଛନ୍ତି ଯେ ”ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ୱାଭିମାନୀପଣିଆ ପାଇଁ ପରିଚିତ। ହେଲେ ଏବେ ବୀରତ୍ୱ ନୁହେଁ ଆମ ଏକତା ଓ ସ୍ୱାଭିମାନୀପଣିଆ ଦୁନିଆକୁ ଦେଖାଇବାର ସମୟ। ଆସନ୍ତୁ ଦୃଢତାରେ କରୋନା ମୁକାବିଲା କରିବା ସହ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା। ବନ୍ଦେ ଉତ୍କଳ ଜନନୀ।’

By amfnews

Related Post