Fri. Jan 10th, 2025

ଇସ୍‌ଲାମିକ୍‌ ବ୍ୟାଙ୍କ ନାଁରେ ହଜାର ହଜାର ମୁସଲିମ୍‌ଙ୍କୁ ଠକିଥିବା ମଂସୁର ଖାନ୍‌ ଗିରଫ

By amfnews Jul 19, 2019 #Featured
95 Views

ନୂଆଦିଲ୍ଲୀ  :   ଇସ୍‌ଲାମିକ ବ୍ୟାଙ୍କ ନାଁରେ ହଜାର ହଜାର ଲୋକଙ୍କଠାରୁ ଅର୍ଥ ଠକି ନେଇଥିବା ଅଭିଯୁକ୍ତ ମଂସୁର ଖାନ୍‌ ଏବେି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଞ୍ଝାକୁ ଆସିଛି । ଆଇ ମନିଟର୍‌ ଆଡ଼୍‌ଭାଇଜରୀ ଦୁର୍ନିତୀ ମାମଲାର ସେ ହେଉଛି ମାଷ୍ଟରମାଇଣ୍ଡ୍‌ । ମସୁର ଏବେ ଦୁବାଇରୁ ଆସି ନୂଆଦିଲ୍ଲୀରେ ପହଁଚିଛି । ସେଠାରେ ବିମାନବନ୍ଦରରୁ ତାକୁ ଗିରଫ କରାଯାଇଛି ।

ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)ର ମୁଖ୍ୟ ରବିକାନ୍ତ ଗୌଡ଼ା କହିଛନ୍ତି, ସୂତ୍ର ମାଧ୍ୟମରୁ ଜଣାପଡ଼ିବା ପରେ ଏସ୍‌ଆଇଟି ଟିମ୍‌ ମଂସୁର ଖାନ ଦୁବାଇରେ ଥିବା ସୂଚନା ମିଳିଥିଲା । ଭାରତ ଫେରି ଆସି ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । ସେଥିପାଇଁ ସେ ଦିଲ୍ଲୀ ଆସିବା ପରେ ତାକୁ ବିମାନ ବନ୍ଦରରେ ଗିରଫ କରାଯାଇଛି । ମଂସୁର ବିରୋଧରେ ଇଡି ଓ ଏସ୍‌ଆଇଟି ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା । ବର୍ତ୍ତମାନ ଇଡି ତାକୁ ନିଜ ହେପାଜତକୁ ନେଇଛି ।

ମଂସୁର ଇସ୍‌ଲାମିକ୍‌ ବ୍ୟାଙ୍କ ନାମରେ ପ୍ରାୟ ୩୦ ହଜାର ମସୁଲିମ୍‌ଙ୍କୁ ଠକି ମସୁର ୧୫ ଶହ କୋଟି ଟଙ୍କା ହଡ଼ପ କରିଥିଲା । ଏହା ପରେ ସେ ଜୁନ୍‌ ୮ ତାରିଖରେ ଦେଶ ଛାଡ଼ି ପଳାଇ ଯାଇଥିଲା । ମାତ୍ର ସ୍ନାତକ ପାସ୍‌ କରିଥିବା ମସୁର ୨୦୦୬ରେ ଆଇଏମ୍‌ଏ ନାମରେ  ଏକ ସଂସ୍ଥା ଆରମ୍ଭ କରିଥିଲା । ଏହି ସଂସ୍ଥା ଟଙ୍କା ନିବେଶ କଲେ ୭ ରୁ ୮ ପ୍ରତିଶତ ଅଧିକ ଆକାରରେ ଅର୍ଥ ଫେରସ୍ତ ପାଇବ ବୋଲି କହିଥିଲା । ଏହା ପରେ ସେ ଇସ୍‌ଲାମ୍‌ ଧର୍ମ କାର୍ଡ ଖେଳିଥିଲା । ଇସ୍‌ଲାମରେ ସୁଧ କାରବାରରେ ମିଳିଥିବା ଅର୍ଥ ଧର୍ମ ବିରୋଧୀ ବୋଲି ଲୋକଙ୍କୁ କହିଥିଲା । ତେଣୁ ୫୦ ହଜାର ନିବେଶ କଲେ ପ୍ରତି ୩ ମାସ, ୬ ମାସ ଓ ବାର୍ଷିକ ଟଙ୍କା ଫେରସ୍ତ କରାଯିବ ବୋଲି କହିଥିଲା । ଏଥିରେ ସେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଯାଇଥିଲା । ଏହା ପରେ ସେ ସ୍ଥାନୀୟ ନେତା ଓ ମୌଲବିଙ୍କ ସହିତ ସମ୍ପର୍କ ରଖିଥିଲା । ବିଭିନ୍ନ ମସ୍‌ଜିଦ୍‌ରେ ଦାନ ଧର୍ମ ମଧ୍ୟ କରି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଥିଲା ।

By amfnews

Related Post