Sun. Mar 8th, 2026

ଇସ୍‌ଲାମିକ୍‌ ଜିହାଦ୍‌ କମାଣ୍ଡର୍‌ଙ୍କୁ ହତ୍ୟା କଲା ଇସ୍ରାଏଲ୍‌; ଗାଜାରୁ ରକେଟ୍‌ ବୃଷ୍ଟି

203 Views

ଗାଜା: ଦିନ ତମାମ ରକେଟ୍‌ ବୃଷ୍ଟି କରିବା ସହ ମଙ୍ଗଳବାର ଦିନ ଗାଜା ଷ୍ଟ୍ରିପ୍‌ ଠାରେ ଇସ୍ରାଏଲ୍‌ ଇରାନ୍‌ ସମର୍ଥିତ ପାଲେଷ୍ଟାଇନୀୟ ସନ୍ତ୍ରାସବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଜିହାଦର ଜଣେ ଶୀର୍ଷସ୍ତରୀୟ କମାଣ୍ଡର୍‌ଙ୍କୁ ହତ୍ୟା କରିଛି।

ଟାର୍ଗେଟ୍‌ ଷ୍ଟ୍ରାଇକ୍‌ କରାଯାଇ ଗାଜା ଠାରେ ଇସ୍‌ଲାମିକ୍‌ ଜିହାଦ୍‌ର ବାହା ଅଲ୍‌-ଅଟ୍ଟାଙ୍କୁ ହତ୍ୟା କରାଯାଇଛି। ଡାମାସ୍‌କସ୍‌ସ୍ଥିତ ତାଙ୍କ ଘର ଉପରେ ହୋଇଥିବା ଏହି କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ତାଙ୍କର ଜଣେ ପୁଅ ସମେତ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ଇସ୍ରାଏଲ୍‌ ଡାମାସ୍‌କସ୍‌ ଉପରେ ଆକ୍ରମଣ କରିଛି ବୋଲି ସିରିୟା କହୁଥିବା ବେଳେ ଇସ୍ରାଏଲ୍‌ ଏ ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେଇନାହିଁ।
ରକେଟ୍‌ ମାଡ଼ ଚାଲିଥିବା ବେଳେ ରାତି ଯାଏଁ ଇସ୍ରାଏଲ୍‌ ବିମାନ ଆକ୍ରମଣ ଜାରି ରହିଥିଲ ଏବଂ ଏଥିଯୋଗୁ ଅଲ୍‌-ଅଟ୍ଟା ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୦ ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି। ଗାଜା ରକେଟ୍‌ ବୃଷ୍ଟି ଯୋଗୁଁ ପ୍ରାୟ ୨୫ ଜଣ ଇସ୍ରାଏଲୀୟ ଆହତ ହୋଇଛନ୍ତି।

By amfnews

Related Post