Thu. Dec 26th, 2024

ଇସ୍ପାତ ସହରାଞ୍ଚଳରେ ଗୃହିଣୀମାନଙ୍କ ନିମନ୍ତେ ଅଗ୍ନି ଓ ଗ୍ୟାସ ସୁରକ୍ଷା କର୍ମଶାଳା ଆୟୋଜିତ

By amfnews Dec 13, 2018 #Featured
202 Views

ରାଉରକେଲା, ୧୩ା୧୨ : ଇସ୍ପାତ ସହରାଞ୍ଚଳର ଗୃହିଣୀମାନଙ୍କ ନିମେନ୍ତ ରାଉରକେଲା ଇସ୍ପାତ କାରଖାନାର ଅଗ୍ନିଶମ ବିଭାଗ ଦ୍ୱାରା ମେସର୍ସ ଇଣ୍ଡେନ ଗ୍ୟାସ ସହଯୋଗରେ ସେକ୍ଟର ୧୭ କମ୍ୟୁନିଟି ସେଣ୍ଟର ଠାରେ ଡିସେମ୍ବର ୯ ତାରିଖରେ ଏକ ଅଗ୍ନି ଓ ଗ୍ୟାସ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ଉତ୍ସବରେ ଅଗ୍ନିଶମ ବିଭାଗର ଏଜିଏମ ଶ୍ରୀ ଜେ ବି ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରସନ୍ନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୦ ଜଣ ଗୃହିଣୀ ଯୋଗଦେଇଥିଲେ ।

କର୍ମଶାଳା ଅବସରରେ ଅଗ୍ନିକାଣ୍ଡ ନିରାକରଣ ଓ ନିୟନ୍ତ୍ରଣ ତଥା ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଘରୋଇ ଅଗ୍ନିସୁରକ୍ଷା ସନ୍ଦର୍ଭରେ କାର୍ଯ୍ୟକ୍ରମରେ ଏକ ଅଧିବେଶନ ସମ୍ପନ୍ନ କରାଯାଇଥିଲା । ଅଗ୍ନି ନିର୍ବାପନ ସମ୍ବନ୍ଧରେ କାର୍ଯ୍ୟକ୍ରମରେ ତାତ୍ତ୍ୱିକ ଓ ପ୍ରୟୋଗାତ୍ମକ କୌଶଳ ମଧ୍ୟ ଉପସ୍ଥାପନ କରାଯାଇଥିଲା । ଆରଏସପିର ଅଗ୍ନିଶମ ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଗ୍ନିଶମ ବିଭାଗର ମ୍ୟାନେଜର ଶ୍ରୀଏମ ଆଇ ସୋଙ୍କୁସାରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

By amfnews

Related Post