Sat. Mar 7th, 2026

ଇସ୍ପାତ ସହରାଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଜିଏମ୍ (ଟାଉନ ସର୍ଭିସେସ)ଙ୍କୁ ସ୍ମାରକପତ୍ର

267 Views

ରାଉରକେଲା, ୭ା୧୦ : ଏସ୍ୟୁସିଆଇ (କମ୍ୟୁନିଷ୍ଟ) ରାଉରକେଲା ଆଞ୍ଚଳିକ କମିଟି ତରଫରୁ ଜିଏମ୍ (ଟାଉନ ସର୍ଭିସେସ)ଙ୍କୁ ଷ୍ଟିଲ୍ ଟାଉନସିପର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କ୍ୱାର୍ଟରଗୁଡିକର ଛାତ୍ର ଓ କାନ୍ଥ ମରାମତି, ବର୍ଷା ଯୋଗୁ ଭାଙ୍ଗି ଯାଇଥିବା ରିଂ ରୋଡ ସମେତ ଇସ୍ପାତ ସହରର ସମସ୍ତ ରାସ୍ତା ଅବିଳମ୍ବେ ମରାମତି କରିବା, କ୍ୱାର୍ଟର ଗୁଡିକରେ ବିଦ୍ୟୁତ୍ ସୁରକ୍ଷା ପାଇଁ ଆର୍ôଥଂ କରିବା, ମ୍ୟାଲେରିଆ ଏବଂ ଡେଙ୍ଗୁ ମଶାଙ୍କ ବଂଶ ବିସ୍ତାରକୁ ତୁରନ୍ତ ରୋକିବା, ଷ୍ଟ୍ରୀଟ ଲାଇଟ୍ଗୁଡିକର ମରାମତି, ସେକ୍ଟର ଭିତରେ ଥିବା ପାର୍କଗୁଡିକର ପୁନରୁଦ୍ଧାର, ସହରାଞ୍ଚଳରେ ମଦ ମାଦକ ଦ୍ରବ୍ୟର କାରବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ସହରାଞ୍ଚଳକୁ ନିର୍ମଳ ଏବଂ ସବୁଜ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବା ଇତ୍ୟାଦି ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଥିଲା ଏବଂ ଏହାର ସେ ଆଶୁ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଷ୍ଟିଲ୍ ଟାଉନସପି ଆଞ୍ଚଳିକ କମିଟିର ସମ୍ପାଦକ ଶ୍ରୀନିବାସ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସେଖ ଇସଲାମ, ଟି. ଶଙ୍କର ପାତ୍ର, ଧୋବେଇ ବେହେରା, ସୁବାଷ ଦଣ୍ଡପାଟ, ଉମାକାନ୍ତ ଗୋଚ୍ଛାୟତ, ଆଲୋକ ବେହେରା, ମାର୍କଣ୍ଡ ଦାସ, ଗଣେଶ ବେହେରା, ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

By amfnews

Related Post