Wed. Dec 25th, 2024

ଇସ୍ପାତ ମନ୍ତ୍ରୀଙ୍କ ବୈଠକରେ ତୁରନ୍ତ ଏନ୍ଜେସିଏସ୍ ସହ ୬% ପେନସନ ଦେବା ପାଇଁ ସିଆଇଟିୟୁର ଦାବି

rklsanchar@gmail.com' By J.N. Pradhan Jul 18, 2018 #Featured
148 Views

ରାଉରକେଲା, ୧୮/୭ : ନୂଆଦିଲ୍ଲୀ ଠାରେ ଇସ୍ପାତମନ୍ତ୍ରୀ ଚୌଧୁରୀ ବିରନ୍ଦ୍ର ସିଂଙ୍କ ଆହ୍ୱାନରେ ସେଲ୍ ଓ ଆର୍ଆଇଏନ୍ଏଲ୍ର ଏନ୍ଜେସିଏସ୍ ସଭ୍ୟ, ଅଫିସର ସଂଘ ତଥା ମେକନ, ଏମ୍ଏସ୍ଟିସି, ଏଫ୍ଏସ୍ଏନ୍ଏଲ୍, କେଆଇଓସିଏଲ୍ ପ୍ରତିନିଧି ଯୋଗ ଦେଇଥିଲେ । ଷ୍ଟିଲ ସେକ୍ରେଟାରୀ ଡ.ଅରୁଣ ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଲୋଚନା ଆରମ୍ଭରେ ସିଆଇଟିୟୁ ସାଧାରଣ ସମ୍ପାଦକ ତପନ ସେନ ଇସ୍ପାତ ମନ୍ତ୍ରୀଙ୍କ ଏ ପ୍ରୟାସକୁ ଧନ୍ୟବାଦ ଦେବା ସହ ତୁରନ୍ତ ଏନ୍ଜେସିଏସ୍ ଡାକିବା, ପେନ୍ସନ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ ।

ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଏସ୍ଡବ୍ଲ୍ୟୁଏଫ୍ଆଇ ସାଧାରଣ ସମ୍ପାଦକ ପି.କେ. ଦାସ, ପ୍ରମୁଖ ସିଆଇଟିୟୁ ତରଫରୁ ଆଲୋଚନା କରିଥିଲେ । ଜୁଲାଇ-୨୦୧୪ରୁ ଏଗ୍ରିମେଣ୍ଟ ସରିଥିଲେ ମଧ୍ୟ ୪ ବର୍ଷ ପରେ ପେନ୍ସନ, ଏଚ୍ଆର୍ଏ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସେତେବେଳେ ଏନ୍ଜେସିଏସ୍ ଏଗ୍ରିମେଣ୍ଟ ସେଲ୍ ବୋର୍ଡ ଏବଂ ମନ୍ତ୍ରୀଙ୍କ ଅନୁମୋଦନ ପରେହିଁ ହୋଇଥିଲା । ବର୍ତ୍ତମାନ ସେଲ୍ ବୋର୍ଡ ଏଗ୍ରିମେଣ୍ଟକୁ ରି-ଓପନ କରି ଏଗ୍ରିମେଣ୍ଟ ଭାଙ୍ଗି ୬%ରୁ ୨% ଦେବା ସମ୍ଭବ ନୁହେଁ । କୌଣସି ଏଗ୍ରିମେଣ୍ଟକୁ ଭାଙ୍ଗିବାର ଅଧିକାର କାହାର ନାହିଁ । ଏଥିରେ କେବଳ ଅର୍ଥ କଥା ନୁହେଁ, ଦୀର୍ଘ ୫୦ ବର୍ଷ ଧରି ଏନ୍ଜେସିଏସ୍ ଆଲୋଚନା ମାଧ୍ୟମରେ ଦ୍ୱିପାକ୍ଷିକ ଚୁକ୍ତିନାମା କରାଯାଇଥାଏ ।

ଏହାହିଁ ଏନ୍ଜେସିଏସ୍ର ସ୍ୱତନ୍ତ୍ରନତା । ତେଣୁ ତୁରନ୍ତ ୧.୧.୨୦୧୨ରୁ ୬% ପନ୍ସନ ଦେୟ ଦିଆଯାଉ । ଯେହେତୁ ଭାଇଜାଗରେ ଗ୍ରାଚ୍ୟୁଇଟି ସିଲିଂ ଅଛି । ତେଣୁ ଅଫିସରଙ୍କ ପରି ୯% ଦେବା ପାଇଁ ଦାବି କରିଥିଲେ । ୧.୧.୨୦୧୭ରୁ ନୂତନ ଏନ୍ଜେସିଏସ୍ ବୈଠକ ହେବା କଥା । ତାହା କେବେ ବସିବ, କ’ଣ ହେବ, ଏହା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ହୋଇଥାଏ । ଦୀର୍ଘଦିନ ଧରି ଏନ୍ଜେସିଏସ୍ ନ ଡାକିଲେ ଆଲୋଚନା କେବେ ଆରମ୍ଭ ହେବ । କିନ୍ତୁ ଡିପି ଗାଇଡ୍ ଲାଇନ୍ ଅନୁଯାୟୀ ଆଫୋର୍ଡେବିଲିଟି ନାମରେ ଏନ୍ଜେସିଏସ୍ ବୈଠକ ନ ଡାକିବା ଅଗଣତାନ୍ତ୍ରିକ ।

କୌଣସି ସମୟରେ ବିଗତ ଦିନରେ ଏନ୍ଜେସିଏସ୍ ଏପରି ବନ୍ଦ ହୋଇନଥିଲା । ଏପରିକି କ୍ଷତି ସମୟରେ ମଧ୍ୟ ବନ୍ଦ ହୋଇନଥିଲା । କ୍ଷତି ଲାଗି ଶ୍ରମିକମାନେ ଦାୟୀ ନୁହଁନ୍ତି । ସେ ସମୟରେ ଶ୍ରମିକମାନେ ଧୈଯ୍ୟ ଧରି ଉତ୍ପାଦନରେ ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ବିପଦ ସମୟରେ ସେଲ୍ ଅଫିସର, ଶ୍ରମିକ ଏବଂ ଠିକା ଶ୍ରମିକ ସମୂହ କାର୍ଯ୍ୟକରି ବିଗତ ଦିନରେ ବହୁ ଲାଭ ଦେଇଛନ୍ତି । ଆଜି ଦିନରେ ମଧ୍ୟ ସେଲ୍ ଲାଭାର୍ଜନ ଦିଗରେ ଗତି କରୁଛି । ତେଣୁ ସେଲ୍ରେ ଅଧିକ ସରକାରୀ ପୁଞ୍ଜି ଦେଇ ଆଧୁନିକୀକରଣ କରିବା ଓ ଲୁହାଖଣି ମଧ୍ୟ ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା ।

ଇସ୍ପାତ କର୍ତ୍ତୃପକ୍ଷଙ୍କର ଏଗ୍ରିମେଣ୍ଟ ପରେ ମଧ୍ୟ ତାକୁ କାର୍ଯ୍ୟକାରୀ ନ କରିବା, ଦୀର୍ଘଦିନ ଧରି ଏନ୍ଜେସିଏସ୍ ବୈଠକ ନ ଡକାଇବା ଶ୍ରମିକମାନଙ୍କୁ ଧୈର୍ଯ୍ୟହରା କରୁଛି । ଏହା ଭବିଷ୍ୟତରେ ଶିଳ୍ପ ଅଶାନ୍ତି ଘଟାଇ ଶିଳ୍ପ ସଂମ୍ପର୍କ ବ୍ୟାହତ କରିବାର ସମ୍ଭାବନା ସୃଷ୍ଟି କରୁଛି । ତେଣୁ ତୁରନ୍ତ ଏନ୍ଜେସିଏସ୍ ଡାକିବା ଓ ପେନ୍ସନ ୬% କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଥିଲା । ପ୍ରାୟ ଅନ୍ୟ ସଭ୍ୟମାନେ ମଧ୍ୟ ଅନୁରୂପ ଦାବି କରିଥିଲେ । ଇସ୍ପାତ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଇସ୍ପାତ ଶ୍ରମିକ ଓ ଠିକା ଶ୍ରମିକଙ୍କର ଅବଦାନକୁ ପ୍ରଶଂସା କରିବା ସହ ସେଲ୍ର ଲାଭାର୍ଜନ ଦିଗ ପରେଯିବା କଥା କହିଥିଲେ ।

ଶ୍ରମିକମାନଙ୍କର ୨୦୧୨ରୁ ୬% ଦେୟ ଦେବା ସହ ପେନ୍ସନ କାର୍ଯ୍ୟକାରୀ କରିବା ପାଇଁ ସେଲ୍ କର୍ତ୍ତୃପକ୍ଷ ୨ ମାସ ମଧ୍ୟରେ ତା’ର ଆକ୍ସନ ପ୍ଲାନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏନ୍ଜେସିଏସ୍ ପରିପ୍ରେକ୍ଷୀରେ ଟ୍ରେଡ୍ ୟୁନିୟନମାନଙ୍କ ଦାବି ସତ୍ତେ୍ୱ ଆଫୋର୍ଡେବିଲିଟି ନାମରେ ବା ଡିପି ଗାଇଡ୍ ଲାଇନ୍ ଅନୁଯାୟୀ ଆଶ୍ୱାସନା ଦେଇଥିଲେ । ସିଆଇଟିୟୁ ତରଫରୁ ଡିଏସ୍ପିରୁ ଅରୁଣ ଚୌଧୁରୀ, ଭାଇଜାଗରୁ ଅଯୋଧ୍ୟା ରାମୁ, ବିଏସ୍ପିରୁ ଏସ୍.ପି. ଦେ, ସାଲେମରୁ ପନିର ସିଲଭମ ପ୍ରମୁଖ ଯୋଗ ଦେଇଥିଲେ ।

Related Post