Tue. Dec 24th, 2024

ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା କେରଳ ବନ୍ୟପୀଡିତଙ୍କୁ ସହାୟତା : ସେଲ ସାଲେମ ଷ୍ଟିଲ ପ୍ଲାଣ୍ଟ ପ୍ରସ୍ତୁତ ଥାଳି ଓ ଗ୍ଲାସ ସେଟ ପ୍ରେରିତ

By amfnews Sep 1, 2018 #Featured
????????????????????????????????????
202 Views

ରାଉରକେଲା, ୧ା୯  : ମାନ୍ୟବର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହଙ୍କର ମାର୍ଗଦର୍ଶନରେ ଇସ୍ପାତ ମନ୍ତ୍ରଣାଳୟର ପ୍ରମୁଖ ସାର୍ବଜନୀକ ପ୍ରତିଷ୍ଠାନଗୁଡିକ କେରଳର ବନ୍ୟା ପ୍ରପୀଡିତ ଲୋକଙ୍କ ନିମନ୍ତେ ସହାୟତା ନିମନ୍ତେ ପ୍ରୟାସ ଗ୍ରହଣ କରିଛନ୍ତି । ଏହି ପ୍ରୟାସ ଅଧିନରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ ବନ୍ୟା ପ୍ରଭାବିତ ଅଞ୍ଚଳକୁ ୨୦ ହଜାର ପ୍ଲେଟ ଓ ଗ୍ଲାସ ସେଲ ଯୋଗାଣ ସମ୍ପନ୍ନ କରୁଛି ।

ଏହି ଷ୍ଟେନଲେସ ଷ୍ଟିଲ ସେଟଗୁଡିକ ସେଲ ସାଲେମ ଷ୍ଟିଲ ପ୍ଲାଣ୍ଟରେ ପ୍ରସ୍ତୁତ ହୋଇଛି । ଏହି କାର୍ଯ୍ୟକୁ ଅଗ୍ରାଧିକାର ପ୍ରଦାନ ପୂର୍ବକ ଅଗଷ୍ଟ ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୫ ହଜାର ସେଟ ଥାଳି ଓ ଗ୍ଲାସ ସେଟ ପ୍ରେରଣ କରାଯାଇଥିଲା । ଅବଶିଷ୍ଟ ସମ୍ପୂର୍ଣ୍ଣ ସାମଗ୍ରୀକୁ ଚଳିତ ସପ୍ତାହରେ ଶେଷ କରାଯିବ ଏବଂ ଅଧିକ ଆବଶ୍ୟକତା ପୂରଣ ନିମନ୍ତେ କମ୍ପାନୀ ପ୍ରସ୍ତୁତ ରହିବ ।

By amfnews

Related Post