Sat. Mar 7th, 2026

ଇସ୍ତଫା ଦେଲେ ଇନଫୋସିସ୍‌ର ଡେପୁଟି ସିଏଫ୍‌ଓ

226 Views

ବେଙ୍ଗାଲୁରୁ  : ଦୀର୍ଘ ବର୍ଷ ହେଲା ଇନଫୋସିସରେ କାର୍ଯ୍ୟ କରୁଥିବା ଜୟଶ ସଂଘରଜାକ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସଂସ୍ଥାର କାର୍ଯ୍ୟନିର୍ବାହୀ ଉପ ସଭାପତି ଓ ଡେପୁଟି ସିଏଫ୍‌ଓ ପଦରୁ ଇସ୍ତଫା ଦେଇଛନ୍ତି। ନଭେମ୍ବର ମାସରେ ସିଏଫ୍ଓ ଏମଡି ରଙ୍ଗନାଥ ଇନଫୋସିସରୁ ବିଦାୟ ନେବା ପରେ ଜୟଶଙ୍କୁ ଅନ୍ତରୀଣ ସିଏଫ୍ଓ ଭାବେ ନିଯୁକ୍ତି ମିଳିଥିଲା।

ସେ ଦୀର୍ଘ ୧୪ ବର୍ଷ ହେଲାଣି ଇନଫୋସିସ ସହ ଜଡ଼ିତ ଥିଲେ। ଏପରି କି ସଂସ୍ଥାର ଅର୍ଥନୀତିକ ବ୍ୟାପାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ କାର୍ଯ୍ୟ କରିଥିଲେ। ତେବେ ହଠାତ୍‌ ସେ କ’ଣ ପାଇଁ ଇସ୍ତଫା ଦେଲେ ସେକଥା ଜଣାପଡ଼ିନାହିଁ।

ଇନଫୋସିସ ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ଇନଫୋସିସ ଗତ ମାର୍ଚ୍ଚ ମାସରେ ପୂର୍ବତନ ଭାରତୀ ଏୟାରଟେଲ ଏକ୍ସୁକେଟିଭ ନିଲଞ୍ଜନ ରୟଙ୍କୁ ସିଏଫ୍‌ଓ ଭାବେ ନିଯୁକ୍ତି ଦେଇଥିଲା।

By amfnews

Related Post