Thu. Dec 26th, 2024

ଇମ୍ରାନ ଖାନଙ୍କୁ ଚୀନ ଓ କଶ୍ମୀର ପ୍ରେମ, ଅସନ୍ତୋଷରେ ବସିଛନ୍ତି ପାକ ପ୍ରଧାନମନ୍ତ୍ରୀଙ୍କ ମାଲିକ

By amfnews Aug 7, 2020 #Featured
113 Views

ଇସଲାମାବାଦ, ଅଗଷ୍ଟ ୦୭ : ଟଙ୍କା ପାଇଁ ପାକିସ୍ତାନ ପୂର୍ବରୁ ସାଉଦୀ ଆରବ ପାଖରେ ଚାକରି କରୁଥିଲା ଏବଂ ଏବେ ଚୀନର ଗୁଲାମୀ ସାଜିଛି । ଏକକାଳୀନ ୨ ମାଲିକଙ୍କ ସେବା କରିବା ଯୋଗୁଁ ସାଉଦୀ ଆରବ ସହିତ ପାକିସ୍ତାନର ସଂପର୍କ ଖରାପ ଆଡ଼କୁ ଗତି କରୁଛି ।

ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେଶୀ କଶ୍ମୀର ପ୍ରସଙ୍ଗକୁ ନେଇ ସାଉଦୀ ଆରବ ନେତୃତ୍ୱରେ ପରିଚାଳିତ ଅର୍ଗାନାଇଜେଶନ ଅଫ ଇସଲାମିକ କଣ୍ଟ୍ରିଜ (ଓଆଇସି)କୁ ଧମକ ଦେଇଛନ୍ତି । ସେ କହିଛନ୍ତି, ମୁଁ ଓଆଇସିକୁ କହିବାକୁ ଚାହୁଁଛୁ ଯେ, ବିଦେଶ ମନ୍ତ୍ରୀଙ୍କ ପରିଷଦ ବୈଠକ ଆମର ଅପେକ୍ଷା । ଯଦି ଆପଣ ଏଠାକୁ ନଡାକନ୍ତି, ତା’ହେଲେ ଆମେ ପ୍ରଧାନମନ୍ତ୍ରୀଙ୍କୁ ଏହା କହିପାରିବୁ ଯେ, ଅନ୍ୟ ଇସଲାମିକ ବୈଠକ ଡାକନ୍ତୁ, ଯେଉଁମାନେ କି କଶ୍ମୀର ପ୍ରସଙ୍ଗରେ ଆମକୁ ସହଯୋଗ କରିବେ ।

ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ବିଦେଶ ମନ୍ତ୍ରୀଙ୍କ ବୈଠକ ଆୟୋଜନ କରିବାକୁ ଚାହୁଁଛି । ଏଥି ପାଇଁ ବାରମ୍ବାର ଅନୁରୋଧ କରୁଛି । କିନ୍ତୁ ଇସଲାମିକ ସହଯୋଗ ସଂଗଠନ ତରଫରୁ କୌଣସି ସମ୍ମିଳନୀର ଆୟୋଜନ କରିବା ନେଇ ଆଗ୍ରହ ପ୍ରକାଶ କରୁନାହିଁ । ଫଳରେ ପାକିସ୍ତାନର ଅସନ୍ତୋଷ ବଢ଼ିଚାଲିଛି । କ୍ୟୁରେଶୀଙ୍କ କଥାରୁ ଯାହା ଜଣାପଡୁଛି, ପାକିସ୍ତାନ ସହିତ ସାଉଦୀ ଆରବର ସଂପର୍କ ଖରାପ ଆଡ଼କୁ ଗତି କରୁଛି ।

By amfnews

Related Post