Sun. Nov 24th, 2024

ଇତିହାସ ରଚିଲା ତେଜସ୍, ୨୦ହଜାର ଫୁଟ୍ ଉଚ୍ଚରେ ଇନ୍ଧନ ଭରିଲା ଏହି ଲଢୁଆ ବିମାନ

By amfnews Sep 11, 2018 #Featured
115 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ :

ଭାରତରେ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ୍ ଗତକାଲି ଆକାଶରେ ଇନ୍ଧନ ଭରି ଏକ ବିରଳ କୀର୍ତି ରଚନା କରିଛି । ୨୦ହଜାର ଫୁଟ୍ ଉଚ୍ଚତା ଉପରେ ଏହି ଲଢୁଆ ବିମାନ ପ୍ରଥମଥର ଇନ୍ଧନ ଭର୍ତୀର ସଫଳ ପରୀକ୍ଷଣ କରିଛି । ଏହା ସହ ଭାରତ ସେହି ଦେଶମାନଙ୍କ ସହ ସାମିଲ ହୋଇଛି ଯେଉଁମାନଙ୍କ ପାଖରେ ସୈନ୍ୟ ବିମାନକୁ ଆକାଶରେ ଇନ୍ଧନ ଭରିବାର କୌଶଳ ରହିଛି ।

ସୋମବାର ତେଜସ୍ ଏଲଏସପି-୮ ଆକାଶରେ ସଫଳତାପୂର୍ବକ ଆଇଏଏଲ-୭୮ ରିଫ୍ୟୁଲିଂ ଟାଙ୍କରରୁ ୧୯୦୦ କିଲୋଗ୍ରାମ ଇନ୍ଧନ ଭରିବାରେ ସକ୍ଷମ ହୋଇଛି । ତେଜସକୁ ପ୍ରସ୍ତୁତ କରିଥିବା ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ୍ ଇନ୍ଧନ ଭରିବା ସମୟରେ ବିମାନର ଗତି ୨୭୦ ନାଟସ୍ ଥିଲା ବୋଲି କହିଛି ।

ନ୍ୟାସନାଲ ଫ୍ଲାଇଟ୍ ଟେଷ୍ଟ୍ ସେଂଟରର ବିଗ୍ କମାଣ୍ଡର ସିଧାର୍ଥ ସିଂ ସେହି ତେଜସ୍ ବିମାନକୁ ଚାଳନା କରୁଥିଲେ । ଗତକାଲି ସକାଳେ ଏହାର ରିଫିଲିଂ କାମ ଆରମ୍ଭ ହୋଇଥିଲା । ଏହି ପରୀକ୍ଷଣ ପରେ ତେଜସକୁ ଅନ୍ତିମ ଅଭିଯାନଗତ ମଂଜୁରୀ ମିଳି ଯିବ । ଏହି ବିମାନର ମଝି ଆକାଶରେ ଇନ୍ଧନ ଭର୍ତି କରିବା ପରୀକ୍ଷଣ ପୂର୍ବରୁ ବିଫଳ ହୋଇଥିବା ବେଳେ ବର୍ତମାନ ଏହା ଏକ ନୂଆ ଇତିହାସ ରଚିଛି ।

By amfnews

Related Post