Thu. Dec 26th, 2024

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ : ବିଜୁ ବାବୁଙ୍କ ଇଣ୍ଡୋନେସିଆ ସ୍ଥିତ ଐତିହାସିକ ବାସଗୃହ ଧ୍ୱସଂ

By amfnews Jan 15, 2021 #Featured
245 Views

ନୂଆଦିଲ୍ଲୀ, ଜାନୁଆରୀ ୧୫ : ଆଜି ପୁଣିଥରେ ଇଣ୍ଡୋନେସିଆ ସ୍ଥିତ ସୁଲାୱେସି ଆଇଲାଣ୍ଡରେ ଭୟଙ୍କର ଭୂମିକମ୍ପ ଅନୂଭୁତ ହୋଇଛି । ଏହି ଭୟଙ୍କର ଭୂମିକମ୍ପରେ ଏପର୍ଯ୍ୟନ୍ତ ୭ ଜଣ ପ୍ରାଣ ହରାଇଥିବାର ସୂଚନା ରହିଥିବା ବେଳେ ବହୁ ବଡ ବଡ ବିଲଡିଂ ସହିତ ଅନେକ ଧନଜୀବନ ନଷ୍ଟ ହୋଇଛି । ଯାହାକୁ ନେଇ ପୁରା ଅଞ୍ଚଳରେ ହାହାକାର ଦେଖାଦେଇଛି ।

ଏହି ଭୂମିକମ୍ପରେ ଇଣ୍ଡୋନେସିଆର ବୀର ପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଐତିହାସିକ ବାସଗୃହ ମଧ୍ୟ ଧ୍ୱସଂ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ୬ କିଲୋମିଟର ଅଞ୍ଚଳ ଭିତରେ ଅନୂଭୁତ ହୋଇଥିବା ଏହି ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ ଶହ ଶହ ଲୋକ ପ୍ରକୃତିର ଏହି କରାଳ ରୂପରେ ଫସି ରହିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଇଣ୍ଡୋନେସିଆ ଡିଜାଷ୍ଟର ମ୍ୟାନେଜମେଣ୍ଟ ର ସ୍ୱତନ୍ତର ଟିମ୍ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତମାନ ସୁଦ୍ଧା ପାଖାପଖି ୬୩୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଥିଲେ ବି ଏବେବି ଅନେକ ଘର ଓ ଅନ୍ୟାନ ବିଲିଡିଂ ଭଗ୍ନାବଶେଷ ଭିତରେ ଫଶି ରହିଥିବା ସୂଚନା ରହିଛି ।

ତେବେ ପୂର୍ବରୁ ଗତକାଲି ଗୁରୁବାର ଜାନୁଆରୀ ୧୪ ତାରିଖରେ ମଧ୍ୟ ସମାନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା।

By amfnews

Related Post