Sat. Sep 21st, 2024

ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ୪୪ ଲକ୍ଷ ଲୁଟ୍, ପୋଲିସ୍ ତନାଘନା ଜାରି

rklsanchar@gmail.com' By J.N. Pradhan Jun 19, 2018 #Featured
304 Views

ରାଉରକେଲା, ୧୯/୬ : ରାଉରକେଲା ସହରର ମଧୁସୂଦନ ମାର୍ଗରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ଦୁର୍ବୁତ୍ତମାନେ ଆଜି ପୂର୍ବାହ୍ନ ୧୦ଟା ବେଳେ ୪୪ ଲକ୍ଷ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଛନ୍ତି । ଏହି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବାହ୍ନ ୧୦ଟା ବେଳେ ବ୍ୟାଙ୍କ ଖୋଲା ଯାଇଥିଲା । ଏହି ସମୟରେ ୭/୮ ଜଣ ଦୁର୍ବୁତ୍ତ ପିସ୍ତର ଓ ଷ୍ଟେନଗନ ସମେତ ଅନ୍ୟାନ୍ୟ ମାରଣାସ୍ତ୍ରରେ ସଜ୍ଜିତ ହୋଇ ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ ।

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧମକ ଚମକ କରିବା ସହ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଏହି ଦୁର୍ବୁତ୍ତମାନେ ବ୍ୟାଙ୍କରେ ଥିବା ୪୪ ଲକ୍ଷ ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଛନ୍ତି । ରାଉରକେଲା ଏସ୍ପି ଡ.ଉମାଶଙ୍କର ଦାଶ ଓ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି କବିତା ଜଲାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଘଟଣାର ଅନୁସନ୍ଧାନ ଚଳାଇଛନ୍ତି ।

Related Post