Sat. Mar 7th, 2026

ଇଣ୍ଟର୍‌ନାଲ୍‌ ସର୍ଭର୍‌ ଡାଉନ୍‌ ହେବାରୁ ବିଶ୍ୱବ୍ୟାପୀ ଏୟାର୍‌ ଇଣ୍ଡିଆ ବିମାନ ସେବା ପ୍ରଭାବିତ; ଅଟକି ରହିଛନ୍ତି ହଜାର ହଜାର ଯାତ୍ରୀ

354 Views

ନୂଆଦିଲ୍ଲୀ: ଶନିବାର ପାହାନ୍ତାରେ ଏୟାର୍‌ ଇଣ୍ଡିଆର ଇଣ୍ଟର୍‌ନାଲ୍‌ ସର୍ଭର୍‌ କ୍ରାସ୍‌ କରିଯିବାରୁ ବିଶ୍ୱବ୍ୟାପୀ ଏୟାର୍‌ ଇଣ୍ଡିଆର ବିମାନ ସେବା ପ୍ରଭାବିତ ହୋଇଛି। ଦିଲ୍ଲୀ, ମୁମ୍ବାଇ ଏବଂ ବିଶ୍ୱର ଅନ୍ୟାନ୍ୟ ବିମାନ ବନ୍ଦରଗଡ଼ିକରେ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏୟାର୍‌ ଇଣ୍ଡିଆର ଇଣ୍ଟର୍‌ନାଲ୍‌ ସର୍ଭର୍‌ ଏସ୍‌ଆଇଟିଏ ରାତି ପ୍ରାୟ ୩: ୩୦ରେ ଡାଉନ୍‌ ହୋଇଗଲା।
ବିମାନ ଚଳାଚଳରେ ବିଳମ୍ବ ଏବଂ ଗୋଳମାଲ ସଂକ୍ରାନ୍ତରେ କେତେକ ଯାତ୍ରୀ ଟୁଇଟର୍‌ରେ ଅଭିଯୋଗ କରିଥିଲେ। ଚଳଚ୍ଚିତ୍ର ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଲେଖିଛନ୍ତି: ପାହାନ୍ତା ୩: ୩୦ରୁ ଏୟାର୍‌ ଇଣ୍ଡିଆ ସର୍ଭର୍‌ କ୍ରାସ୍‌ କରିଛି। ହଜାର ହଜାର ଯାତ୍ରୀ ବିମାନ ବନ୍ଦରରେ ଅଟକି ରହିଛନ୍ତି। କ’ଣ ହେଉଛି କେହି ଜାଣି ପାରୁ ନାହାନ୍ତି। ନ ଜଣାଇ ବିମାନ ବନ୍ଦର ଛାଡ଼ନ୍ତୁ ନାହିଁ। ଦୁଇଘଣ୍ଟା କଟାଇବା ପରେ ମୁଁ ଫେରି ଯାଉଛି।

ମୁମ୍ବାଇର ଛତ୍ରପତି ଶିବାଜୀ ଆନ୍ତର୍ଜାତି ବିମାନ ବନ୍ଦରର ଅନ୍ୟ ଜଣେ ଯାତ୍ରୀ କେତୋଟି ଭିଡିଓ ଟୁଇଟ୍‌ କରି କହିଛନ୍ତି ଅନ୍ୟୂନ ୨୦୦୦ ଲୋକେ ଅଟକି ରହିଛନ୍ତି। ସିଡ୍‌ନିର ଯାତ୍ରୀମାନେ ଲେଖିଛନ୍ତି କି, ଚାରି ଘଣ୍ଟାରୁ ଊର୍ଦ୍ଧ୍ୱ ହେବ ସେମାନେ ସେମାନଙ୍କ ବିମାନର ଚେକ୍‌ ଇନ୍‌ କରି ପାରୁ ନାହାନ୍ତି।

ଏୟାର୍‌ ଇଣ୍ଡିଆର ମୁଖପାତ୍ର କହିଛନ୍ତି: ଏସ୍‌ଆଇଟିଏ ସର୍ଭର୍‌ ଡାଉନ୍‌ ହୋଇ ଯାଇଛି। ସେହି କାରଣରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଆମର ବୈଷୟିକ ଟିମ୍‌ କାମ କରୁଛନ୍ତି ଏବଂ ସିଷ୍ଟମ୍‌ ଖୁବ୍‌ ଶୀଘ୍ର କାମ କରିବ। ଅସୁବିଧା ନିମନ୍ତେ ଖୁବ୍‌ ଦୁଃଖିତ।

By amfnews

Related Post