Fri. May 16th, 2025

‘ଇଟାଭାଟି ମାଲିକ ନିର୍ଯାତନା ସହି ହେଉ ନାହିଁ, ଆମକୁ ଏଠାରୁ ଉଦ୍ଧାର କର’

By amfnews Feb 26, 2020 #Featured
190 Views

ସମ୍ବଲପୁର : “ପେଟ ପୋଷିବାକୁ ପରିବାର ଧରି ତେଲେଙ୍ଗାନା ଚାଲି ଆସିଲୁ। ଜଣେ ଠିକାଦାର ଆଣି ଏଠାରେ ଇଟାଭାଟିରେ କାମ କରିବାକୁ ଛାଡ଼ି ଦେଲା। ହେଲେ ଏଠାରେ ମାଲିକର ନିର୍ଯାତନା ସହି ହେଉ ନାହିଁ। ଖାଇବାକୁ ପିଇବାକୁ ନ ଦେଇ ଖାଲି ଖଟାଉଛି। ଓଡ଼ିଶା ସରକାର ଆମକୁ ଏଠାରୁ ବଞ୍ଚାଇ ନେଇଯାଅ”। ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସି ରହିଥିବା ଶ୍ରମିକ ଓଡ଼ିଶା ଫେରିବାକୁ ଏପରି ଆକୁଳ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ  ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ତେଲେଙ୍ଗାନା ପେଟାପଲ୍ଲୀର ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ ଇଟା ଭାଟି ମାଲିକ ମଜୁରୀ ଦେଉ ନ ଥିବା ବେଳେ ସେମାନଙ୍କୁ ଛାଡ଼ୁ ନଥିବା ସେମାନେ ଅଭିଯୋଗ କରିଛନ୍ତି।  କେବଳ ଏତିକି ନୁହେଁ  ସେମାନଙ୍କୁ ସେଠାରେ ଠିକ୍‌ରେ ଖାଇବାକୁ ଦିଆଯାଉ ନ ଥିବା ବେଳେ ଦେହ ଖରାପ ହେଲେ ଡାକ୍ତରଖାନାକୁ ଯିବାକୁ ଦିଆଯାଉନାହିଁ।

ଦେହ ଖରାପ ହେଲେ ବି କାମକୁ ନ ଗଲେ ମାଲିକ ଗାଳିଗୁଲଜ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।  ଫଳରେ ପରିବାର ସହ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।  ତେଣୁ ସେଠାରୁ ଊଦ୍ଧାର ପାଇଁ ନିବେଦନ କରିଛନ୍ତି।

By amfnews

Related Post