Sun. Mar 8th, 2026

ଇଜିପ୍ଟ୍‌ର ପ୍ରାଚୀନ ମଶାଣି ପ୍ରକୋଷ୍ଠ ମଧ୍ୟରୁ ବାହାରିଲା ୪୦ ‘ମମ୍ମି’

262 Views

କାଏରୋ : କାଏରୋର ଦକ୍ଷିଣକୁ ଥିବା ମରୁ ପ୍ରଦେଶ ମିନିୟାର ଏକ ମଶାଣି ପ୍ରକୋଷ୍ଠରେ ୪୦ଟି ‘ମମ୍ମି’ ଆବିଷ୍କାର କରାଯାଇଥିବା କଥା ଇଜିପ୍ଟ୍‌ କହିଛି।

ଶନିବାର ଦିନ ଅଧକାରୀମାନେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପଥର କଟା ଯାଇ କରାଯାଇଥିବା ସେ ପ୍ରକୋଷ୍ଠଟି ଏକ ମଧ୍ୟବିତ୍ତ ଶ୍ରେଣୀୟ ପରିବାର। ସେମାନେ ସମ୍ଭବତଃ ଟୋଲେମି, ଆଦ୍ୟ ରୋମାନ୍‌ କିଂବା ବାଇଜେଣ୍ଟାଇନ୍‌ ଅମଳର ଲୋକ ହୋଇଥିବେ।

ମମ୍ମିଗୁଡ଼ିକର ଅବସ୍ଥା ଭଲ ଅଛି। ସେମାନଙ୍କ ମଧ୍ୟରୁ ଅନ୍ୟୂନ ୧୦ ଜଣ ପିଲା। ସେଥିରୁ କେତେକ ମମ୍ମି ସାଧାରଣ ଲୋକେ ଲେଖୁଥିବା ପ୍ରାଚୀନ ଇଜିପ୍ଟୀୟ ଅକ୍ଷରରେ ଅଳଙ୍କୃତ କରାଯାଇଛି। ସେଠାରୁ ପାତ୍ର, ପେପିରସ୍‌ ଏବଂ ରଙ୍ଗିନ ମମ୍ମି ଖୋଳ ଉଦ୍ଧାର କରାଯାଇଛି।

ନିକଟ ଅତୀତରେ ଇଜିପ୍ଟ୍‌ ଗୁଡ଼ାଏ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର କରିଛି। ଏହା ଯୋଗେ ଇଜିପ୍ଟ୍‌ ତା’ର ପର୍ଯ୍ୟଟନ ଶିଳ୍ପର ଉତ୍ଥାନ କରାଇବାକୁ ଚାହୁଁଛି।

By amfnews

Related Post