Sat. Nov 23rd, 2024

ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚରଙ୍କୁ ମାଇକେଲ ହୋଲ୍ଡିଂଙ୍କ ପରାମର୍ଶ

By amfnews Jul 25, 2020 #Featured
121 Views

ନୂଆଦିଲ୍ଲୀ, ଜୁଲାଇ ୨୫ : ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ମାଇକେଲ ହେଲ୍ଡିଂଙ୍କ ଅନୁସାରେ ଜୋଫ୍ରା ଆର୍ଚ୍ଚରଙ୍କ ଠାରେ ବଳିଷ୍ଠ ପ୍ରତିଭାର ରହିଛି । କିନ୍ତୁ ଏହାକୁ ସେ ଚାହିଁଲେ ଆହୁରି ଆଗକୁ ନେଇପାରିବେ । କିନ୍ତୁ ଏଥିପାଇଁ ନିଜର ବୋଲିଂ ଶୈଳୀ ଉପରେ ଫୋକସ କରିବାର ଆବଶ୍ୟକତା ରହିଛି । ଆର୍ଚ୍ଚରଙ୍କୁ ୩ୟ ଟେଷ୍ଟ ପାଇଁ ଇଂଲଣ୍ଡର ପ୍ଲେଇଙ୍ଗ ଏକାଦଶରେ ସାମିଲ କରାଯାଇଛି ।

ହୋଲ୍ଡିଂ ସ୍କାଇ ସ୍ପୋଟ୍ସକୁ କହିଛନ୍ତି, ଆର୍ଚ୍ଚର ଏତେ କଠିଣ ହୋଇ ନଥିବେ । ସେ ଟିମର ହେଉଛନ୍ତି ଅଂଶବିଶେଷ । ତାଙ୍କ ଯୋଗୁଁ ଇଂଲଣ୍ଡ ଟିମ ଜିତୁଛି । ଇଂଲଣ୍ଡ ଟିମରେ ତାଙ୍କର ଅନେକ ବନ୍ଧୁ ଅଛନ୍ତି । ସେ ବେନଷ୍ଟୋକ୍ସଙ୍କ ଘନିଷ୍ଠ ବନ୍ଧୁ । ସେ ହେଉଛନ୍ତି ଜଣେ ସକରାତ୍ମକ ଚିନ୍ତାଧାରା ରଖୁଥିବା ମଣିଷ । ତାଙ୍କୁ ଟିମରେ ବ୍ୟସ୍ତ ରହିବାର ଅଛି । ବାହାର କଥାକୁ ଭୁଲିଯିବାର ଦରକାର ଅଛି । ଏମିତି କଲେ ସେ ଜଣେ ଭଲ ବୋଲର ହୋଇପାରିବେ ।

କୌଣସି ପ୍ରକାରରେ ଅପମାନକୁ ଭୁଲିଯିବାର ଅଛି ବୋଲି ହୋଲ୍ଡିଂ କହିଛନ୍ତି । ଯେଉଁ ଲୋକାମାନେ ଆପଣଙ୍କ ଚର୍ମ, ଧର୍ମ, ରଂଗକୁ ନେଇ ଅପମାନ କରୁଛନ୍ତି, ଏହାକୁ ଭୁଲି ଗଲେ ଭଲ । ସାମାଜିକ ଗଣମାଧ୍ୟମରୁ ଦୂରରେ ରହିବା ଏତେ ସହଜ ନୁହେଁ । କିନ୍ତୁ ଏବେ ଆର୍ଚ୍ଚରକୁ ନିଜ ପ୍ରତି ଦୃଷ୍ଟି ଦେବାର ଅଛି । ଏଥି ପାଇଁ ମାନସିକ ଭାବେ ମଜବୁତ ହେବାର ଆବଶ୍ୟକତା ଅଛି ।

By amfnews

Related Post