Tue. Dec 24th, 2024

ଇଂଲଣ୍ଡକୁ ଫେରିଲା ଲକଡାଉନ: ସଂକ୍ରମଣ ବୃଦ୍ଧିକୁ ଦେଖି ଡିସେମ୍ବର ୨ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

By amfnews Nov 1, 2020 #Featured
187 Views

ନୂଆଦିଲ୍ଲୀ: ଇଂଲଣ୍ଡକୁ ଫେରିଲା ଲକଡାଉନ । ପ୍ରଧାନମନ୍ତ୍ରୀ ବୋରିସ ଜୋନସନ  ଡିସେମ୍ବର ୨ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ସ୍କୁଲ ଓ କଲେଜ ଖୋଲା ରହିବ । ରେସ୍ତୋରାଁ, ପବ , ହୋଟେଲ ବନ୍ଦ ରହିବ। ଲୋକଙ୍କ ଯିବା ଆସିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ଗୋଟିଏ ମାସ ଲକଡାଉନ କରିବା ନେଇ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଇଂଲଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବୈଠକରେ ଚିନ୍ତାପ୍ରକଟ କରାଯାଇ ଲକଡାଉନ କରିବାକୁ ନିଷ୍ପତ୍ତି ହୋଇଥିଲା । ବ୍ରିଟେନରେ ପ୍ରତ୍ୟେକ ଦିନ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେବଳ ଇଂଲଣ୍ଡରେ ୨୪ ଘଣ୍ଟାରେ ପାଖାପାଖି ୩୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଏ ନେଇ ନିଜର ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୪ ସପ୍ତାହ ପରେ ଏ ନେଇ ସମୀକ୍ଷା କରାଯିବ ।

How old is Boris Johnson and what is his net worth?
The Sun

ଏଥିରେ କୁହାଯାଇଛି , ଆବଶ୍ୟକ ପଡ଼ିଲେ ଘରୁ ବାହାରନ୍ତୁ । ନ ହେଲେ ଘରୁ କାମ କରନ୍ତୁ । ଆବଶ୍ୟକ ନଥିଲେ ଯାତ୍ରା ନ କରିବାକୁ ବି ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ, ବ୍ୟାୟାମ ଓ ଜରୁରୀ କାମ ପଡ଼ିଲେ ହିଁ ଘରୁ ବାହାରିବାକୁ ସ୍ଥାନୀୟ ସରକାର ପରାମର୍ଶ ଦେଇଛନ୍ତି ।

By amfnews

Related Post