Sat. Nov 23rd, 2024

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଶିକ୍ଷକଙ୍କ ଘରେ ଚଢାଉ, କୋଟି କୋଟି ଟଙ୍କା ରହିଥିବା ସନ୍ଦେହ

By amfnews Dec 15, 2020 #Featured
120 Views

ଗଜପତି, ଡିସେମ୍ବର ୧୫ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏ.ଏସ.ରାଉତପୁରର ବିଦ୍ୟାଳୟରେ ସହକାରୀ ଶିକ୍ଷକ ଦୁଷ୍କନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ଓ ଗୁଣୁପୁର ପାରଳାର ୧୨ଟି ସ୍ଥାନରେ ୬ଟି ଟିମରେ ଏକକାଳୀନ ଚଢ଼ାଉ ହେଉଛି । ତାଙ୍କ ନାଁରେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଥିବା ସନ୍ଦେହ କରାଯାଉଛି ।

ଜଙ୍ଗଲପାଡୁ ଗ୍ରାମର ନିଜ ପୈତୃକ ଘରେ, ଚାକିରୀ କରୁଥିବା ଏ.ଏସ.ରାଉତପୁର, ଗୁଣୁପୁର ନିଜ ଶ୍ବଶୁର ଘରେ, ପାରଳାଖେମୁଣ୍ଡିରେ ୮ଟି ସ୍ଥାନରେ ଖଞ୍ଜାସାହି, ଏରଦାଲାସାହି, ଆରୋଗ୍ୟ ସାହି, ଦୋଳବନ୍ଦ ରୋଡ଼, ଇନ୍ଦିରା ନଗର ଇତ୍ୟାଦି ଅଞ୍ଚଳରେ ଏକକାଳୀନ ଚଢ଼ାଉ ଚାଲିଛି । ଦୁଷ୍ମନ୍ତ ନାୟକ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ।

By amfnews

Related Post