Sat. Mar 7th, 2026

ଆହ୍ଲାବାଦ ବ୍ୟାଙ୍କର ସର୍ଟର ତାଡ଼ି ଡକାୟତି

327 Views

ବାଲେଶ୍ୱର, ଜାନୁୟାରୀ ୦୨ : ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପରଖି ସ୍ଥିତ ଆହ୍ଲାବାଦ ବ୍ୟାଙ୍କର ସର୍ଟର ତାଡ଼ି ଗତକାଲି ରାତିରେ ଡକାୟତମାନେ  ବ୍ୟାଙ୍କରେ ଡକାୟତି କରିଛନ୍ତି। ତେବେ ବ୍ୟାଙ୍କରୁ କଣ ଡକାୟତି ହୋଇଛି ତାହା ଜଣାପଡ଼ିନାହିଁ। ସେହିପରି ଡକାୟତମାନେ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ମୋବିଲ  ଦୋକାନ ଓ ପରଖି ଫାଣ୍ଡି ନିକଟରେ ଏକ କନଷ୍ଟ୍ରକ୍ସନ ମ୍ୟାଟେରିଆଲ ଦୋକାନରେ ମଧ୍ୟ ଡକାୟତି କରିଛନ୍ତି।  ତେବେ ଏ ନେଇ ପୁଲିସ ସୂଚନା ପାଇଥିଲେ ମଧ୍ୟଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଲୋକେ ଆନ୍ଦୋଳନ ଚଳାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନୂଆବର୍ଷ ବିଳମ୍ବିତ ରାତିରେ କେତେକ ଡକାୟତ ବାଲେଶ୍ୱର ସଦର ଥାନା ପରଖି ଫାଣ୍ଡି ଅଞ୍ଚଳରେ ସିରିଜ୍‌ ଡକାୟତି କରିଛନ୍ତି। ଡକାୟତମାନେ ଗୋଟିଏ ମୋବାଇଲ ଦୋକାନ ଓ ଗୋଟିଏ କନ୍‌ଷ୍ଟ୍ରକ୍ସନ ମ୍ୟାଟିରିଆଲ ଦୋକାନ ଲୁଟ୍‌ କରିବା ପରେ  ପରଖିସ୍ଥିତ ଆହ୍ଲାବାଦ ବ୍ୟାଙ୍କରେ ଡକାୟତି ଉଦ୍ୟମ କରିଛନ୍ତି। ଡକାୟତମାନେ ବ୍ୟାଙ୍କର ସର୍ଟର ତାଡ଼ି ଭିତରେ ପଶିଥିବା ସ୍ପଷ୍ଟ ହୋଇଛି। ବ୍ୟାଙ୍କର ସର୍ଟର ତଡ଼ାଯାଇଥିିବା ବେଳେ କାଗଜପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଡକାୟତମାନେ କେତେ ଟଙ୍କା ଡକାୟତି କରିଛନ୍ତି ତାହା ଜଣାଯାଇନାହିଁ। ବର୍ତ୍ତମାନ ସୁଦ୍ଧା ପୁଲିସ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ କଣ ଡକାୟତି ହୋଇଛି ସେ ସମ୍ପର୍କରେ ତଥ୍ୟ ମିଳି ପାରି ନାହିଁ।

By amfnews

Related Post