Sat. Mar 7th, 2026

ଆସ୍କା ସାଂସଦ ଲଡୁ କିଶୋରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି

374 Views

ଭୁବନେଶ୍ୱର: ବିଜେଡି ନେତା ତଥା ଆସ୍କା ଲୋକସଭା ସାଂସଦ ଶ୍ରୀଯୁକ୍ତ ଲଡୁ କିଶୋର ସ୍ୱାଇଁଙ୍କର ମଙ୍ଗଳବାର ରାତି ୧୧ଟାରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବୁଧବାର ସେମାନଙ୍କ ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି କୋବିନ୍ଦ ନିଜର ଦୁଃଖ ପ୍ରକାଶ କରି କହିଛନ୍ତି, ‘ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ ଏକ ଦୁଃଖଦ ଖବର। ସମାଜର ବିଭିନ୍ନ ଦିଗରେ ସେ କାମ କରିଛନ୍ତି। ତାଙ୍କ ପରିବାର, ସଂପର୍କୀୟ ଓ ସହକର୍ମୀଙ୍କ ସକାଶେ ମୋର ସମବେଦନା।’

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି କହନ୍ତି, ‘ଆସ୍କା ଲୋକସଭା ସାଂସଦ ଶ୍ରୀଯୁକ୍ତ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକରେ ଦୁଃଖ। ଲଡୁ କିଶୋର ସ୍ୱାଇଁ ଗ୍ରାମୀଣ ବିକାଶ ପାଇଁ ଯାହା ସବୁ କାମ କରି ଯାଇଛନ୍ତି ତାହା ନିଶ୍ଚୟ ମନେରଖିବା ପରି। ସମାଜ ପାଇଁ ନିଜର ସେବା ପାଇଁ ସେ ସବୁବେଳେ ମନେ ରହିବେ।’

By amfnews

Related Post