Wed. Dec 25th, 2024

ଆସିବ ନୂଆ ଟେଲି ମେଡିସିନ୍ ନୀତି

By amfnews Sep 1, 2019 #Featured
222 Views

ଭୁବନେଶ୍ବର : ରାଜ୍ୟ ସରକାର ଖୁବଶୀଘ୍ର ନୂଆ ଟେଲି ମେଡିସିନ୍ ନୀତି ଆଣିବାକୁ ଯାଉଛନ୍ତି। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଟେଲି ମେଡିସନ୍‌ର ନୋଡାଲ ସେଣ୍ଟର ରହିଥିବା ବେଳେ ନୂତନ ନୀତି କାର୍ଯ୍ୟକାରୀ ହେଲେ ଏହାକୁ ରାଜ୍ୟର ଅନ୍ୟାନ୍ୟ ଚିକିତ୍ସାଳୟକୁ ସଂପ୍ରସାରିତ କରାଯିବ। ଟେଲି ମେଡିସିନ୍ ନେଟୱର୍କକୁ ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କାର୍ଯ୍ୟକାରୀ ହେଉଥିବା ୱେଲନେସ୍‌ ସେଣ୍ଟର ସହିତ ଯୋଡ଼ି ଦିଆଯିବ। ଯାହାଫଳରେ ଗାଁ ଗହଳିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ସିଧାସଳଖ ବିଶେଷଜ୍ଞ ଚିକିତ୍ସକଙ୍କ ସେବା ପାଇପାରିବେ।

ରାଜ୍ୟରେ ଟେଲି ମେଡିସିନ୍ କାର୍ଯ୍ୟକାରିତା ନେଇ ବିଭାଗୀୟ ସଚିବ ଡା. ପ୍ରମୋଦ କୁମ‌ାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ଟେଲି ମେଡିସିନ୍ ନେଟୱର୍କର ବର୍ତମାନର ସ୍ଥିତି ଓ ଇ-ଆଇସିୟୁ ଓ ଭାରତ ସଂଚାର ନିଗମର ଯୋଗାଯୋଗ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ଟେଲି ମେଡିସିନ୍ କାର୍ଯ୍ୟକାରୀ ହେବା ଫଳରେ ୨୦୧୭/୧୮ରେ ରୋଗୀଙ୍କର ୪ କୋଟିରୁ ଅଧିକ ପକେଟ ଖର୍ଚ ବଞ୍ଚିପାରିଛି।

ରାଜ୍ୟରେ ସମସ୍ତ ମେଡିକାଲ କଲେଜରେ ଇ-କ୍ଲାସ୍‌ରୁମ୍ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ମାନବସମ୍ବଳ ପୂରଣ ପାଇଁ ପ୍ରକ୍ରିୟାର ଆରମ୍ଭ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଟେଲି ମେଡିସିନ୍ କାର୍ଯ୍ୟକାରୀ କରିବା ଲାଗି ଇଣ୍ଟରନେଟ୍ ଅତ୍ୟନ୍ତ ଜରୁରି ହୋଇଥିବା ବେଳେ ନିରବଚ୍ଛିନ୍ନ ବେଗଗାମୀ ଇଣ୍ଟରନେଟ୍‌ ପାଇଁ ଅପ୍ଟିକାଲ ଫାଇବର ‌ସଂଯୋଗ କରିବା ପାଇଁ ବିଏସ୍‌ଏନ୍‌ଏଲ କର୍ତୃପକ୍ଷଙ୍କୁ କୁହାଯାଇଛି। ଏହି ବୈଠକରେ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଓଡ଼ିଶା ଟେଲି ମେଡିସିନର ଅବୈତନିକ ପରାମର୍ଶଦାତା ପ୍ରସେଫର ଡା. ବି.ଏନ୍ ମହାନ୍ତି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

By amfnews

Related Post