Tue. Nov 19th, 2024

ଆସାମ ହସ୍ପିଟାଲରେ ଛଅ ଦିନରେ ୧୫ ଶିଶୁଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ ବିଭାଗ ଦେଲା ତଦନ୍ତ ଆଦେଶ

By amfnews Nov 10, 2018 #Featured
194 Views

ନୂଆଦିଲ୍ଲୀ, ନଭେମ୍ବର ୧୦: ଆସାମର ଜୋରହଟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ (ଜିଏମସିଏଚ)ରେ ଏକ ରୁ ଛଅ ନଭେମ୍ବର ମଧ୍ୟରେ ପ୍ରାୟ ୧୫ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାର ତଦନ୍ତ ପାଇଁ ଏକ ଟିମକୁ ହସ୍ପିଟାଲ ପଠାଇଛନ୍ତି । ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ହସ୍ପିଟାଲ ପ୍ରଶାସନ ମଧ୍ୟ ଏହି ମାମଲାର ତଦନ୍ତ ପାଇଁ ଏକ ସମିତି ଗଠନ କରିଛି ।

ଜିଏମସିଏଚର ଅଧିକ୍ଷକ ସୌରଭ ବୋରକାକୋଟିଙ୍କ କହିବା ଅନୁଯାୟୀ ନବଜାତଙ୍କ ବିଶେଷ ଦେଖାଶୁଣାରେ ଏକରୁ ଛଅ ନଭେମ୍ବର ମଧ୍ୟରେ ୧୫ ନବଜାତ ଶିଶୁଙ୍କ ମୃତ୍ୟ ହୋଇଛି । ସୌରଭ ଦାବି କରିଛନ୍ତି କି, ଏହି ମୃତ୍ୟୁ ଚିକିତ୍ସାକାରଣରୁ କିମ୍ବା ହସ୍ପିଟାଲର ଦାୟିତ୍ୱହୀନତାରୁ ହୋଇନାହିଁ । ସେ କହିଛନ୍ତି କି, ‘କେବେ କେବେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ଅଧିକ ହେଉଛି । ସେଥିପାଇଁ ମୃତ୍ୟୁବରଣ କରୁଥିବା ନବଜାତଙ୍କ ସଖ୍ୟା ଅଧିକ ହୋଇପାରେ’   ।

ଏହା ତାଙ୍କ ଉପରେ ନିର୍ଭର କରେ କି, ରୋଗୀଙ୍କୁ କେଉଁ ଅବସ୍ଥାରେ ହସ୍ପିଟାଲ ଅଣାଯାଉଛି । ହୋଇପାରେ କି ଦିର୍ଘ ସମୟର ଯନ୍ତ୍ରଣା ପରେ ଗର୍ଭବତୀଙ୍କୁ ଏଠାକୁ ଅଣାଯାଇ ଥାଇ ପାରେ କିମ୍ବା ଶିଶୁର ଓଜନ କମ ହୋଇଥାଇପାରେ । ଏହି ପରିସ୍ଥିତିରେ ନବଜାତଙ୍କ ମୃତ୍ୟୁ ହୋଇଥାଏ । ‘ସୌରଭ କହିଛନ୍ତି କି, ହସ୍ପିଟାଲ ଏହି ସବୁ ମୃତ୍ୟୁର ତଦନ୍ତ ନିମନ୍ତେ ଛଅ ଜଣିଆ ସଦସ୍ୟ ଥିବା ଟିମ ଗଠନ କରିଛନ୍ତି ।

By amfnews

Related Post