132 Views
ନୂଆଦିଲ୍ଲୀ , ନଭେମ୍ବର ୦୩: ଆସାମର ତିନସୁକିଆ ଜିଲ୍ଲାରେ ଉଲ୍ଫା ସଙ୍ଗଠନ ଦ୍ୱାରା ହତ୍ୟା କରାଯାଇଛି କୁହାଯାଉଥିବା ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରତିବାଦରେ ଶତାଧିକ ସଂଗଠନ ଶନିବାର ଦିନ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। କିନ୍ତୁ, ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ନ ଥିବା କଥା ଉଲ୍ଫା ସଫେଇ ଦେଇଛି।
ରାଜ୍ୟ ଗଣମାଧ୍ୟମ ଖବରକାଗଜ ‘ଆସାମ ଟ୍ରିବୁନ୍’ ଖବର ଅନୁସାରେ, ରାଷ୍ଟ୍ରବାଦୀ ଯୌଥ ମଞ୍ଚ ନେତୃତ୍ୱରେ ବାରାକ ଉପତ୍ୟକାର ସଂଗଠନ ସବୁ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ସମର୍ଥକମାନେ କହିଛନ୍ତି: ନିରୀହ ନାଗରିକମାନଙ୍କ ହତ୍ୟାକୁ ଆମେ ନିନ୍ଦା କରୁଛୁ ଏବଂ ଉଲ୍ଫା ପ୍ରୋ-ଟକ୍ ଗୋଷ୍ଠୀର ମୃଣାଳ ହଜାରିକା ଏବଂ କେଏମ୍ଏସ୍ଏସ୍ ନେତା ଅଖିଳ ଗୋଗୋଇଙ୍କୁ ଖୁବ୍ ଶୀଘ୍ର ଗିରଫ କରିବାକୁ ସରକାରଙ୍କ ଠାରେ ଦାବି କରୁଛୁ।
ସିଲଚର ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ଘଟନାକୁ ନିନ୍ଦା କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।