Sat. Dec 28th, 2024

ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ, ବୁଧବାର ଅର୍ଥମନ୍ତ୍ରୀ ଆଗତ କରିବେ ଅତିରିକ୍ତ ଖର୍ଚ୍ଚ ଦାବି

By amfnews Sep 3, 2018 #Featured
205 Views

ଭୁବନେଶ୍ୱର, ୦୩ ସେପ୍ଟେମ୍ବର :

ଆସନ୍ତାକାଲି ଓଡିଶା ବିଧାନସଭା ମୌସୁମୀକାଳୀନ ଅଧିବେଶନ ଆରମ୍ଭ ହେବ । ସୋମବାର ଦିନ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ତାଙ୍କ ପ୍ରକୋଷ୍ଠରେ ବସିଥିବା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଅଧିବେଶନର ପ୍ରଥମ ଦିବସରେ ସ୍ଥିରୀକୃତ ହୋଇଥିବା କାର୍ଯ୍ୟସୂଚୀ ସମାପନ କରାଯିବ କି ନାହିଁ ସେନେଇ ଆଲୋଚନା ହୋଇଥିଲା ।

ଆଲୋଚନାର ନିଷ୍ପତି ଅନୁଯାୟୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀ ଓ ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ସମେତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ . କରୁଣାନିଧି , ଦିବଂଗତ ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ର , ପୂର୍ବତନ ବିଧାୟକ ସୂର୍ଯ୍ୟମଣି ଜେନା , ମୂରଲୀଧର କହଁର ଏବଂ ବ୍ରଜ କିଶୋର ମହାନ୍ତିଙ୍କୁ ଶ୍ରଦ୍ଧାଂଜଳୀ ଜଣାଇବା ପାଇଁ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଣିବା ପରେ ଏହା ଉପରେ ଆଲୋଚନା କରାଯିବ । ସେମାନଙ୍କ ଆତ୍ମାର ସଦଗତି ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯିବ । ଶୋକପ୍ରସ୍ତାବ ଗୃହୀତ ହେବା ପରେ ସେମାନଙ୍କ ସମ୍ମାନାର୍ଥେ ଗୃହକୁ ଦିନକ ପାଇଁ ବନ୍ଦ ରଖାଯିବ ।

ଆସନ୍ତା ବୁଧବାର ଦିନ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିବେ ।

ସୋମବାର ଅନୁଷ୍ଠିତ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ବିଧାନସଭା ପରିଷଦ ଗଠନ ସଂକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା । କେଉଁ ଦିନ ଏପ୍ରସଙ୍ଗରେ ଆଲୋଚନା କରାଯିବ ତାହା ଉପରେ ପୁନର୍ବାର ଆଉ ଏକ ବୈଠକ ବସିବ ବୋଲି ଜଣାପଡିଛି ।

By amfnews

Related Post