Tue. Dec 24th, 2024

ଆସନ୍ତାକାଲିଠାରୁ ଆରମ୍ଭ ହେବ ପଞ୍ଚୁକ ନୀତି, 27 ତାରିଖରେ ଚତୁର୍ଦ୍ଧାବିଗ୍ରହଙ୍କ ନାଗାର୍ଜୁନ ବେଶ

By amfnews Nov 24, 2020 #Featured
195 Views

ଭୁବନେଶ୍ୱର,ନଭେମ୍ବର 24 :  ଆଜି କାର୍ତ୍ତିକ ମାସ ଦଶମୀ ତିଥି । ଆସନ୍ତାକାଲିଠାରୁ ଆରମ୍ଭ ହେବ ପଞ୍ଚୁକ ନୀତି । ପଞ୍ଚୁକର ପାଞ୍ଚ ଦିନରେ ବିଭିନ୍ନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ଆଜି ଭୋର ୫ ଟାରୁ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି କରାଯାଇଛି  । ପ୍ରାୟ ୧ ମାସ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଶେଷ ହେଉଛି । ତେବେ ଏହି ଥର ପଞ୍ଚୁକ 6 ଦିନ ପଡୁଥିବାରୁ ଆସନ୍ତା 27 ତାରିଖରେ ଚତୁର୍ଦ୍ଧାବିଗ୍ରହ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ନିର୍ଦ୍ଧାରିତ ସମୟରେ ବେଶ ସମ୍ପର୍ଣ୍ଣ କରାଯିବ  ।  ଶୃଙ୍ଖଳିତ ଭାବରେ ନୀତିକାନ୍ତି କରାଯିବ  ।  ହରଚଣ୍ଡୀ ସାହି ଚକ୍ରକୋଟ ଯାଗାରୁ ପାଟ ପଟୁଆର ଘଣ୍ଟଛତା କାହାଳୀ ସହ ଶୋଭାଯାତ୍ରାରେ କିପରି ଶୃଙ୍ଖଳିତ ଭାବରେ ବେଶ ଅଣାଯିବ  ।

 ଦ୍ୱାରଫିଟା ଠାରୁ ବେଶ ଆରମ୍ଭ ଏବଂ ବେଶ ଏବଂ ନୀତି ସମ୍ପର୍ଣ୍ଣ ଯେପରି ବିଶୃଙ୍ଖଳିତ ନହେବ ତାହା ଉପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ, ବେଶ ସହ ସମ୍ପୂକ୍ତ ଥିବା ବରିଷ୍ଠ ସେବାୟତଙ୍କ ଉପସ୍ଥିତ ରେ ବୈଠକ ଅନୁଷ୍ଠିତ ହେବ  । ଶୋଭାଯାତ୍ରାରେ ବେଶ ଆସୁଥିବା ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯିବ  । 

By amfnews

Related Post