Sat. Mar 7th, 2026

ଆସନ୍ତାକାଲିଠାରୁ ଆରମ୍ଭ ହେବ ‘ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ’

314 Views

ଦିଲ୍ଲୀ,ଡିସେମ୍ବର 21 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୨ ଡିସେମ୍ବର ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ ୨୦୨୦କୁ ସମ୍ବୋଧିତ କରିବେ। ଚଳିତ ବର୍ଷର ମହୋତ୍ସବର ବିଷୟବସ୍ତୁ ହେଉଛି ଆତ୍ମନିର୍ଭରଶୀଳ ଭାରତ ଏବଂ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନର କେନ୍ଦ୍ରୀୟ ବିଷୟବସ୍ତୁ।

ବିଶ୍ୱ ପ୍ରସିଦ୍ଧ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜାମଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଉତ୍ସବର ଆୟୋଜନ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ମହୋତ୍ସବ ଡିସେମ୍ବର ୨୨ରୁ୨୫ ପର‌୍ୟ୍ୟନ୍ତ ଚାଲିବ। ସମାଜରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତ ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପର‌୍ୟ୍ୟନ୍ତ ଚାଲିବ।

By amfnews

Related Post