Tue. Mar 10th, 2026

ଆସନ୍ତାକାଲି ହେବାକୁ ଥିବା ରାଜ୍ୟ କମନ୍‌େଓ୍ଵଲ୍‌ଥ ଟେବୁଲ୍‌ ଟେନିସ୍‌ ଚାମ୍ପିୟନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

222 Views

କଟକ : କଟକ ଜବାହାରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମ୍‌ଠାରେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ୨୧ତମ ରାଜ୍ୟ କମନ୍‌େଓ୍ଵଲ୍‌ଥ ଟେବୁଲ୍‌ ଟେନିସ୍‌ ଚାମ୍ପିୟନ୍‌ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି କରି ଦେଇଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଗେମ୍‌ରେ ୧୪ଟି ଦେଶ ଅଂଶଗ୍ରହଣ କରିଛନ୍ତି। ଓ୍ଵାଲେସ୍‌, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଆଦି ଦେଶର ଟିମ୍‌ ଆସି ଓଡ଼ିଶାରେ ପହଞ୍ଚି ସାରିଲେଣି। ଏହି ଗେମ୍‌ରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ବାଂଲାଦେଶ, ନାଇଜେରିଆ, ଘାନା, ଗୁଆନା, ଭାରତ, ମାଲେସିଆ,ସ୍କଟଲାଣ୍ଡ୍‌, ସିଙ୍ଗାପୁର ଓ ଉଗାଣ୍ଡା ଦେଶର ଖେଳାଳିମାନେ ଏହି ଖେଳାର ଉପସ୍ଥିତ ରହିବେ।ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଖେଳାଳିମାନଙ୍କ ସୁରକ୍ଷା ସକାଶେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ୍‌ ନିକଟବର୍ତ୍ତୀ ଅଞ୍ଚଳରେ ୧୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଦୁଇଟି ସିଫ୍ଟରେ ପୁଲିସ୍‌ମାନେ ସେମାନଙ୍କ ଡିୟୁଟି କରିବେ। ସକାଳ ୯ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଖେଳ ଚାଲୁ ରହିବ। ଷ୍ଟାଡିୟମ୍‌ରେ ୫ ହଜାର ସିଟ୍‌ ବ୍ୟବସ୍ଥା ରହିଛି ବୋଲି ସୂଚନା ମିଳିଛି।

By amfnews

Related Post