Sun. Mar 8th, 2026

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି

228 Views

ଭୁବନେଶ୍ୱର  :   ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀରୁ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ରାଜଭବନରେ ସେ ରାତ୍ରୀ ଯାପନ କରିବେ।

ତା’ପର ଦିନ ଅର୍ଥାତ ୨୮ ତାରିଖ ସକାଳ ୬ଟା ୪୫ ମିନିଟ୍‌ରେ ବାହାରି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ୭ଟା ୪୫ରେ ପହଞ୍ଚିବେ। ୮ଟା ୩୫ରୁ ପ୍ରାୟ ଏକ ଘଣ୍ଟା ଯାଏ ଗୋଳାବନ୍ଧ ଆର୍ମି ଏଡି କଲେଜରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଯୋଗଦେବେ।  କଲେଜର ଅନ୍ୟ କାର୍ଯ୍ୟକ୍ରମ ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି। ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ। ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ରାଞ୍ଚି ଅଭିମୁଖେ ଯାତ୍ରା କରିବେ।

By amfnews

Related Post