Fri. Mar 6th, 2026

ଆସନ୍ତା ସୋମବାରଠାରୁ ଖୋର୍ଦ୍ଧାରେ ଆରମ୍ଭ ହେବ ଅନଲାଇନରେ ମଦ ବିକ୍ରି

380 Views

ଭୁବନେଶ୍ବର, ମେ ୧୫ :

ଖୋର୍ଦ୍ଧା ଜିଲ୍ଲାପାଳ ଆଜି ଏକ ନିର୍ଦ୍ଦେଶ ଜାରି କରି ଜିଲ୍ଲାରେ ମଦ ବିତରଣକୁ ଅନୁମତି ଦେଇଛନ୍ତି। ଆସନ୍ତା ୧୪ ତାରିଖ ଅର୍ଥାତ ସୋମବାରରୁ ଶୁକ୍ରବାର (ସକାଳ ୭ରୁ ସନ୍ଧ୍ୟା ୫ଟା) ଲାଇସେନ୍ସପ୍ରାପ୍ତ ବ୍ୟକ୍ତିଙ୍କ ଦ୍ବାରା ମଦ ଦୋକାନଗୁଡିକ ଖୋଲାରହିବ ।

ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀ ମଦ ହୋମ ଡେଲିଭେରୀ କରିବେ କେବଳ କଣ୍ଟେନମେଣ୍ଟ ଜୋନରେ ବିତରଣ କରିବାକୁ ଅନୁମତିନାହିଁ । ମଦ ବିକ୍ରୟ ପାଇଁ କୌଣସି ଦୋକାନକୁ ସିଧାସଳଖ ଅନୁମତି ଦିଆଯିବ ନାହିଁ।

ଶନିବାର ଏବଂ ରବିବାର ଦିନ ସପ୍ତାହ ଶେଷ ସମୟରେ ଦୋକାନଗୁଡିକ ବନ୍ଦ ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

“ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିମାନେ ଅର୍ଡର ପାଇବା ପାଇଁ ସେମାନଙ୍କର ଫୋନ୍ / ମୋବାଇଲ୍ / ହ୍ବାଟସଆପ୍ ନମ୍ବର / ଇମେଲ୍ ID / UPI ବିବରଣୀ ଦେଇପାରିବେ।

ମଦ ବିତରଣ ପାଇଁ ଅର୍ଡରଗୁଡିକ ଖୁଚୁରା ବ୍ୟବସାୟୀଙ୍କ ଦ୍ବାରା ଫୋନ୍ ମାଧ୍ୟମରେ କିମ୍ବା ଏସ୍ଏମ୍ଏସ୍, ହ୍ବାଟସ ଆପ୍ ଇତ୍ୟାଦି ମାଧ୍ୟମରେ ଗ୍ରହଣ କରାଯାଇପାରିବ ଯାହା ଏକ ଅର୍ଡର ରେଜିଷ୍ଟରରେ ରେକର୍ଡ ରହିବ।  ବିତରଣ ଦେୟ ହାର ସରକାରୀ ଅନୁଯାୟୀ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ହେବା ଉଚିତ୍ ନୁହେଁ ବୋଲି ନିର୍ଦ୍ଦେଶାବଳୀରେ ରହିଛି । ”

By amfnews

Related Post