Sat. Mar 7th, 2026

ଆସନ୍ତା ପାଞ୍ଚ ଦିନ ମଧ୍ୟରେ ହୋଇପାରେ କାଳବୈଶାଖୀ; ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

317 Views

ଭୁବନେଶ୍ୱର: ଉପକୂଳବର୍ତ୍ତି ଓଡିଶାକୁ ଛାଡିଦେଲେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କମ ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଓଡିଶା ସମେତ ଦକ୍ଷିଣ ଓଡିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡିଶାର ସୁନ୍ଦରଗଡ଼, ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡା ଏବଂ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ,ଗଜପତି, ଗଂଜାମରେ କାଳବୈଶାଖୀ ଅନୂଭୂତ ହେବ। ତେଣୁ ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଗଜପତି, ଗଂଜାମ ଓ ନବରଙ୍ଗପୁରରେ ସର୍ତକ ସୂଚନା ଜାରି କରାଯାଇଛି।

ଅନ୍ୟପଟେ, ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୧ ଜିଲ୍ଲା ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଦେବଗଡ, ଅନୁଗୁଳ, ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଜୋର ହେବ । ତେଣୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହିଭଳି ଖରାକୁ ଦେଖି ପଶ୍ଚିମ ଓଡିଶାର ଅନେକ ଜିଲ୍ଲାକୁ ୟେଲୋ ଓାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏହା ମଧ୍ୟରେ ରହିଛି ସୁନ୍ଦରଗଡ଼।

ଦୀର୍ଘ ୨୦ ଦିନ ହୋଇଯିବ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ୪ ଦିନ ହେଲା ଏହି ତାପମାତ୍ରା ୪୨ ରୁ ୪୩ ରହୁଛି। ସକାଳ ୮ଟାରୁ ତାପମାତ୍ରା ୩୭ ଡିଗ୍ରୀ ଟପିବା ଆରମ୍ଭ କରୁଥିବା ବେଳେ ମଧ୍ୟାହ୍ନରେ ଝାଞ୍ଜି ପବନ ଆଉ ସଂଧ୍ୟା ହୋଇଗଲେ ଅସହ୍ୟ ଗୁଳୁଗୁଳିରେ ଅତିଷ୍ଟ ହୋଇପଡୁଛି। ଦିନ ୧୨ଟା ପରେ ସହରରେ ଅଘୋଷିତ କର୍ଫ୍ୟୁ ଭଳି ମନେ ହେଉଛି। ଅତି ଜରୁରୀ କାମ ନ ପଡ଼ିଲେ ଉପକୂଳବର୍ତ୍ତି ଓଡିଶାକୁ ଛାଡ଼ିଦେଲେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କମ ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ସୁନ୍ଦରଗଡ, ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡା ଏବଂ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ,ଗଜପତି, ଗଂଜାମରେ କାଳବୈଶାଖୀ ଅନୂଭୂତ ହେବ। ତେଣୁ ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଗଜପତି, ଗଂଜାମ ଓ ନବରଙ୍ଗପୁରରେ ସର୍ତକ ସୂଚନା ଜାରି କରାଯାଇଛି।

By amfnews

Related Post