Wed. Nov 27th, 2024

ଆଶ୍ରମ ଏକ୍ସପ୍ରେସ ଟ୍ରେନରୁ ୫୦ ଲକ୍ଷ ଟଙ୍କା, ୩ କୁଇଣ୍ଟାଲ ରୂପା ଜବତ

By amfnews Nov 4, 2018 #Featured
129 Views

ଜୟପୁର, ନଭେମ୍ବର ୦୪ : ରାଜସ୍ଥାନର ଜୟପୁର, ଆଜମେର ଏବଂ ବେୱାର ଜଙ୍କସନରେ ଟ୍ରେନରୁ ୫୦ ଲକ୍ଷ ଟଙ୍କା ଏବଂ ୩ କୁଇଣ୍ଟାଲ ରୂପା ଜବତ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀ-ଅହମଦାବାଦ ଆଶ୍ରମ ଏକ୍ସପ୍ରେସ ଉପରେ ଜିଆରପି ଏବଂ ଆରପିଏଫ ପୋଲିସ ଚଢ଼ାଉ କରି ଏହି ଟଙ୍କା ଓ ରୂପା ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ରେଳବାଇକୁ ଟଙ୍କା ଓ ସୁନା ଚାଲାଣ ସଂପର୍କରେ ସୂଚନା ମିଳିଥିଲା । ରୂପା ଓ ଟଙ୍କା ଚାଲାଣ ସଂପର୍କରେ ସୂଚନା ମିଳିବା ପରେ ଚଢ଼ାଉ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା ।

ରାଜସ୍ଥାନରେ ଚଳିତ ମାସ ବିଧାନସଭା ନିର୍ବାଚନ ହେଉଥିବାରୁ ଏହି ଟଙ୍କ ଓ ରୂପା ଜବତ ନେଇ ରାଜନୈତିକ ଦଳର ବିଶିଷ୍ଟ ଲୋକଙ୍କ ହାତ ଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରେ ପୋଲିସ ଅନୁମାନ କରୁଛି । ଟଙ୍କା ଓ ରୂପାକୁ ପାର୍ସଲ ମାଧ୍ୟମରେ ପଠାଯାଉଥିଲା ।

ସୂଚନାଯେଗ୍ୟେ ରାଜସ୍ଥାନ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲେଙ୍ଗାନାରେ ମଧ୍ୟ ଚଳିତ ମାସ ବିଧାନସଭା ନିର୍ବାଚନ ହେଉଛି । ନିର୍ବାଚନ ଆୟୋଗଙ୍କ ଆଚରଣ ବିଧି ଉଲଂଘନ କରାଯାଇ ମତଦାତାଙ୍କୁ ଖୁସି କରିବା ପାଇଁ ରାଜନୈତିକ ଦଳମାନେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହେଉଛି । କିଛି ଦିନ ପୂର୍ବରୁ ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶରେ ମଧ୍ୟ ଗାଡ଼ିରେ ଟଙ୍କା ଚାଲାଣ ହେଉଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଟଙ୍କା ଜବତ କରାଯାଇଥିଲା ।

By amfnews

Related Post