Sat. Mar 7th, 2026

ଆଳି: ସିଙ୍ଗିରି ଅଞ୍ଚଳର ଅଳିହା ବୁଥ୍‌ରେ ଅଚିହ୍ନା ଲୋକ; ଘଟଣାସ୍ଥଳରେ ଉତ୍ତେଜନା

176 Views

ଆଳି: ସୋମବାର ସକାଳେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଙ୍ଗିରି ଅଞ୍ଚଳର ଅଳିହା ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ବୁଥ୍‌ ନମ୍ବର ୩୧୦ରେ ଜଣେ ଅଚିହ୍ନା ଲୋକ ପ୍ରବେଶ କରି ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍‌ ଦେବା ପାଇଁ ଲୋକମାନଙ୍କୁ କହୁଥିବା କଥା ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।

ପୁଲିସ ପହଞ୍ଚିବା କ୍ଷଣି ଅଜ୍ଞାତ ବ୍ୟକ୍ତିଜଣକ ବୁଥ୍‌ ଛାଡ଼ି ପଳାଇ ଯାଇଥିବା ଜଣାପଡ଼ିଛି। ଏବେ ସମ୍ପୃକ୍ତ ବୁଥ୍‌ରେ ମତଦାନ ସ୍ୱାଭାବିତ ଧାରାରେ ଚାଲିଛି।

By amfnews

Related Post