Sun. Jan 12th, 2025

ଆର୍ମି ପକ୍ଷରୁ ନବବର୍ଷରେ ବୁଲା କୁକୁରଙ୍କୁ କୃମିନାଶକ ବିରିୟାନୀ ପ୍ରଦାନ

By amfnews Jan 4, 2019 #Featured
132 Views

ରାଉରକେଲା, ୪ା୧  : ପୂର୍ବନିର୍ଦ୍ଧାରିତ ପ୍ରସ୍ତାବ ଅନୁଯାୟୀ ପଶୁ କଲ୍ୟାଣ ଟ୍ରଷ୍ଟ ଆର୍ମି ପକ୍ଷରୁ ନବବର୍ଷରେ ବୁଲା କୁକୁରମାନଙ୍କୁ କୃମି ନାଶକ ବିରିୟାନୀ ପ୍ରଦାନ କରାଯାଇଛି । ଆର୍ମି ମ୍ୟାନେଜିଂ ଟ୍ରଷ୍ଟର ଡକ୍ଟର ଦିଲ୍ଲୀପ କୁମାର ପଟ୍ଟନାୟକ, ବିତ୍ତଟ୍ରଷ୍ଟି ପଶୁପତିନାଥ ଚାଟାର୍ଜୀ ଓ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ, ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ବୃନ୍ଦ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବୁଲା କୁକୁରମାନଙ୍କୁ କୃମି ନାଶକ ବିରିୟାନୀ ପ୍ରଦାନ କରାଯିବା ସହ ଟୀକାକରଣ କରାଯାଇଥିଲା ।

ଏହାଦ୍ୱାରା ବୁଲା କୁକୁରଙ୍କୁ କୃମିଜନିତ ରୋଗରୁ ରକ୍ଷା କରାଯିବା ସହ ପରିବେଶକୁ ସୁସ୍ଥ ରଖାଯାଇପାରିବ ବୋଲି ଡ.ପଟ୍ଟନାୟକ କହିଛନ୍ତି । କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ୧୪/୩୧ ଜାନୁୟାରୀ ପର୍ଯ୍ୟନ୍ତ ପଶୁ କଲ୍ୟାଣ ପକ୍ଷର ସାରଣୀ ପ୍ରସ୍ତୁତ କରାଯାଇଥିଲା । ୱାର-୨ କାର୍ଯ୍ୟକ୍ରମ ଅନ୍ତର୍ଗତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଡିପିଏସ୍ ସ୍କୁଲ, ଇଣ୍ଡୋ ଇଂଲିଶ ସ୍କୁଲର ଇକ୍କୋ କ୍ଲବ୍ ମାନଙ୍କରେ ବିଭିନ୍ନ ପଶୁପକ୍ଷୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଇଂ.ବୀଣାକର ପରିଡା ସ୍ମାରକୀ, ଡକ୍ଟର ଆର୍.ଆର୍. ମହାପାତ୍ର ସ୍ମାରକୀ, ବିକ୍ରମ ପରିଡା ସ୍ମାରକୀ ପୁରସ୍କାରମାନ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ । ବିତ୍ତ ଟ୍ରଷ୍ଟି ପି.ଏନ୍. ଚାଟାର୍ଜୀ ସମସ୍ତ ହିସାବ ଖାତା ତନଖି କରିବା ସହ ବଜେଟ୍ ପ୍ରସ୍ତାବ ପାରିତ କରିଥିବା ବେଳେ ବରିଷ୍ଠ ସଦସ୍ୟ ସଂକର୍ଷଣ ନାୟକ ଧନ୍ୟବାଦ ଦେଇଥିଲେ ।

By amfnews

Related Post