Thu. Jan 9th, 2025

ଆର୍ଥିକ ସଂକଟ: ୧୧ ହଜାର ପାକିସ୍ତାନ ପୋଲିଓ ସ୍ୱାସ୍ଥ୍ୟ କର୍ମୀ ଚାକିରି ହରାଇଲେ

By amfnews Aug 12, 2020 #Featured
109 Views

ଇସଲାମାବାଦ, ଅଗଷ୍ଟ ୧୨ : ପାକିସ୍ତାନ ସରକାର ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । କରୋନା ଭାଇରସ ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ କାମ କରୁଥିବା ୧୧ ହଜାର ପୋଲିଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଛି । ପୋଲିଓ ପାଇଁ ପାଣ୍ଠିର ଅଭାବ ଥିବାରୁ ଇମ୍ରାନ ସରକାର ଏମାନଙ୍କୁ ଚାକିରିରୁ ବାହାର କରିଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ। ଏମାନେ ସିନ୍ଧ, ଖାଇବର ଅଂଚଳରେ ନିୟୋଜିତ ଥିଲେ ବୋଲି ନ୍ୟାସନାଲ ଇମାର୍ଜେନ୍ସି ଅପରେସନ ସେଣ୍ଟର ସଂଯୋଜକ ମହମ୍ମଦ ସଫଦର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ମହମ୍ମଦ ସଫଦର ଗଣମାଧ୍ୟମକୁ କହିଛନ୍ତି ପୋଲିଓ ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ହ୍ରାସ କରିବା ନେଇ ଗତବର୍ଷ ନିଷ୍ପତ୍ତି ହୋଇଥିଲା । ଇସଲାମାବାଦରେ ହୋଇଥିବା ଏକ ସମୀକ୍ଷାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହଯୋଗୀ ଡ. ଜାଫର ମିର୍ଜାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

By amfnews

Related Post