Sun. Nov 24th, 2024

ଆର୍ଜିଏଚ୍ରେ ଚିକିତ୍ସାଧିନ ଅଚିହ୍ନା ରୋଗୀଙ୍କ ମୃତ୍ୟୁ

By amfnews Nov 25, 2018 #Featured
120 Views

ରାଉରକେଲା, ୨୫ା୧୧  : ରାଉରକେଲା ସରକାରୀ ଚିକିତ୍ସାଳୟରେ ମାସାଧିକ କାଳ ଚିକିତ୍ସିତ ଥିବା ଜଣେ ଅଚିହ୍ନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ତେବେ ମୃତକଙ୍କ ସଂପୂର୍ଣ୍ଣ ପରିଚୟ ମିଳି ନଥିବାରୁ ଶବ ହସ୍ତାନ୍ତରରେ ସମସ୍ୟା ସୃଷ୍ଟି ହୋଇଛି । ଶବ ମର୍ଗ ହାଉସ୍ରେ ରହିଥିବା ବେଳେ ସେକ୍ଟର-୩ ପୁଲିସ ମୃତକଙ୍କ ପରିବାର ଲୋକଙ୍କ ସନ୍ଧାନ କରୁଛି । ଶ୍ରୀକାନ୍ତ ସାହୁଙ୍କ ପୁଅ ହେଉଛନ୍ତି ଅନୀଲ ସାହୁ (୫୦) । ଗତ ମାସ ୨୧ ତାରିଖରେ ଅନୀଲଙ୍କୁ ଜଣେ ଭଦ୍ରଲୋକ ସେକ୍ଟର-୪ ଅଞ୍ଚଳରୁ ଉଦ୍ଧାର କରି ଆର୍ଜିଏଚ୍ରେ ଭର୍ତ୍ତି କରିଥିଲେ ।

ଅନୀଲଙ୍କୁ ସଂକ୍ରମଣ ୱାର୍ଡ଼ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ମାତ୍ର ଗତକାଲି ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଅନୀଲଙ୍କ ସଂପୂର୍ଣ୍ଣ ପରିଚୟ ମିଳିନଥିବାରୁ ପୁଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଶବ କାହାରିକୁ ହସ୍ତାନ୍ତର କରାଯାଇପାରୁ ନାହିଁ । ତେଣୁ ଶବକୁ ଆର୍ଜିଏଚ୍ ମର୍ଗରେ ରଖାଯାଇଛି । ସେକ୍ଟର-୩ ପୁଲିସ ଶବ ହସ୍ତାନ୍ତର ପାଇଁ ପରିବାର ଲୋକଙ୍କ ସନ୍ଧାନ ନେଉଛି । ମେଡ଼ିକାଲ ପଞ୍ଜିକରଣ ତାଲିକାରେ କେବଳ ମୃତକଙ୍କ ନାଁ ଓ ପିତାଙ୍କ ନାଁ ଉଲ୍ଲେଖ କରାଯାଇଛି । ସଂପୂର୍ଣ୍ଣ ଠିକଣା ନଥିବାରୁ ପୁଲିସ ସମସ୍ୟାରେ ପଡ଼ିଛି । ସଂପୂର୍ଣ୍ଣ ପରିଚୟ ବାହାର କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି ।

By amfnews

Related Post