Sat. Nov 23rd, 2024

ଆର୍ଏସ୍ପିରେ ଦକ୍ଷ କାର୍ଯ୍ୟକ୍ରମ

rklsanchar@gmail.com' By J.N. Pradhan Jul 17, 2018 #Featured
160 Views

ରାଉରକେଲା, ୧୭/୭  : ରାଉରକେଲା ଇସ୍ପାତ କାରଖାନାର ମାନବସମ୍ବଳ ବିଭାଗରେ ଠିକା ଶ୍ରମିକ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ‘ଦକ୍ଷ’ ଏକ ଅଧିବେଶନ ଅନୁଷ୍ଠିତ ହୋଇଛି । ବିଭିନ୍ନ ବିଭାଗରେ ୪୧ ଜଣ ଠିକା ଶ୍ରମିକ ଏଥିରେ ଭାଗ ନେଇଥିଲେ । ସୁରକ୍ଷା ଇଞ୍ଜିନିୟରିଂ ବିଭାଗର ସୁରକ୍ଷା ନିରୀକ୍ଷକ ବିଏନ ମିଶ୍ର, ଏସ କେ ବିଶ୍ୱାଳ, ସୁରକ୍ଷା ସନ୍ଦର୍ଭରେ ଉପସ୍ଥାପନା କରିଥିଲେ ।

ଆର୍ଏ୍ସପିରେ ଓ ଆର୍ଏସ୍ପି ନିମନ୍ତେ କାର୍ଯ୍ୟ କରିବା ସନ୍ଦର୍ଭରେ ପ୍ଲେଟ୍ ମିଲର ଡିଜିଏମ ଏନ ମହାପାତ୍ର, କୋକ ଓଭେନ ଡ଼ିଜିଏମ କେ ବେହେରା ଏକ ଉପସ୍ଥାପନା କରିଥିଲେ । ବ୍ୟକ୍ତିଗତ ବିକାଶ ସାଧନ, ଆନ୍ତଃ କାର୍ମିକ ସମ୍ପର୍କ, ଶୃଙ୍ଖଳା କାର୍ଯ୍ୟ, ପରିବେଶ, ଏସଓପି ଓ ଏସଏମପି, ଦଳଗତ କାର୍ଯ୍ୟ, କଲ୍ୟାଣ ସାଧନ ସମ୍ବନ୍ଧରେ ତଥ୍ୟ ଉପସ୍ଥାପିତ ହୋଇଥିଲା । ଏଚଆରଡ଼ିର ଡ଼ିଜିଏମ ଏଚ ପତି ଓ ବରିଷ୍ଠ ଠିକାଦାର ଏଚ ସି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Post