Thu. Dec 26th, 2024

ଆର୍ଏସ୍ପିରେ ଔଷଧ ମୁକ୍ତ ଜୀବନ ଓ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ଉପରେ କାର୍ଯ୍ୟକ୍ରମ

By amfnews Jan 20, 2019 #Featured
280 Views

ରାଉରକେଲା, ୨୦ା୧ : ଔଷଧ ମୁକ୍ତ ଜୀବନ ଓ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ଉପରେ ଏକ ସ୍ୱାସ୍ଥ୍ୟ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଉରକେଲା ଇସ୍ପାତ କାରଖାନାର ଏଚ୍ଆର୍ଡି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ କାର୍ମିକ ଓ ପ୍ରଶାସନ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ରାଜବୀର ସିଂହ ଏବଂ ସାମଗ୍ରୀ ପରିଚାଳନା ବିଭାଗ ନିର୍ବାହୀ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ମହାପାତ୍ର ଉପସ୍ଥିତ ଥିବାବେଳେ ଏଥିରେ ୧୦୦ରୁ ଊଦ୍ଧ୍ୱର୍ ଅଧିକାରୀ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ଜୀବନଶୈଳୀ ବ୍ୟାଧିର ବିକଳ୍ପ ଚିକିତ୍ସା ଉପରେ କାର୍ଯ୍ୟ କରୁଥିବା ନାଗପୁରର ଏନ୍ଜିଓ, ନ୍ୟାସନାଲ ଏଜୁକେସନର ଡକ୍ଟର ନିଳେଶ ଚର୍ପେ, ନିଳେଶ ନାଗମୋଟେ, ସୁଶ୍ରୀ ଅମୃତା ଗନଭିର ଏବଂ ଡାକ୍ତର ଆତିସ କାପ୍ସେ ଉଦ୍ବୋଧନ ଦେଇଥିଲେ । ବିଭିନ୍ନ ଅଧିବେଶନରେ ବିକଳ୍ପ ଚିକିତ୍ସା ବ୍ୟବସ୍ଥା ଯାଥା ପ୍ରାତଃ ଭ୍ରମଣ, ହର୍ବାଲ ଚିକିତ୍ସା ଚୁମ୍ବକ ଚିକିତ୍ସା, ଯୋଗାସନ, ପ୍ରାଣାୟାମ, ଶାରୀରିକ ଓ ମାନସିକ ବ୍ୟାୟାମ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ରକ୍ତଚାପ, ସ୍ପଣ୍ଡିଲାଇଟିସ୍, ଶ୍ୱାସ, ପିଠି ଯନ୍ତ୍ରଣା ଆର୍ଥ୍ରାଇଟିସ୍, ମାଇଗ୍ରେନ୍, ମଧୁମେହ ଓ ହୃଦ୍ରୋଗ ଆଦି ରୋଗର ପ୍ରତିରୋଧମୂଳକ ସ୍ୱାସ୍ଥ୍ୟରକ୍ଷା ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ସିସି ଡବ୍ଲ୍ୟୁ ବିଭାଗର ଡେପୁଟି ମ୍ୟାନେଜର ସୁଶ୍ରୀ ଦିବ୍ୟା ଦାସ ପ୍ରଥମ ଦିବସରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଚ୍ଆର୍ଡି ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ସୁଶ୍ରୀ ଅନ୍ନପୂର୍ଣ୍ଣା ବେହେରା ଧନ୍ୟବାଦ ଦେଇଥିଲେ । ଏଚ୍ଆର୍ଡି ବିଭାଗ ଡିଜିଏମ୍ ଜେ.ଏନ୍. ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

By amfnews

Related Post