Tue. Nov 5th, 2024

ଆର୍ଏମ୍ସିର ନୂଆ ହୋଲ୍ଡିଂ ଟ୍ୟାକ୍ସକୁ କୋଏଲନଗର ୱେଲଫେୟାର ଆସୋସିଏସନର ବିରୋଧ

rklsanchar@gmail.com' By J.N. Pradhan Aug 29, 2018 #Featured
183 Views

ରାଉରକେଲା, ୨୯ା୮ : ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ନୂଆ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଆରମ୍ଭ କରିଥିବାରୁ ଏହାକୁ ବିରୋଧ କରି କୋଏଲନଗର ୱେଲଫେୟାର ଆସୋସିଏସନ ସଭାପତି ସୁରେଶ ଗୁପ୍ତା, କାର୍ଯ୍ୟକାରୀ ସଭାପତି ରମେଶ ମହାନ୍ତି ଓ ଉପଦେଷ୍ଟା ଧ୍ରୁବ ଚରଣ ପତି ଆର୍ଏମ୍ସି କମିଶନର ରଶ୍ମିତା ପଣ୍ଡାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନୂତନ ହୋଲ୍ଡିଂ ଟ୍ୟାକ୍ସରେ ହୋଇଥିବା ସମସ୍ତ ଅନିୟମିତତା ସମ୍ପର୍କରେ ଶ୍ରୀମତୀ ପଣ୍ଡାଙ୍କୁ ଅବଗତି କରାଯାଇଛି । ଶ୍ରୀମତୀ ପଣ୍ଡା ନିଜର ବହୁମୂଲ୍ୟ ସମୟ ଦେଇ ସ୍ମାରକପତ୍ର ପାଠ କରିଥିବାରୁ ଆସୋସିଏସନ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହି ନୂତନ ହୋଲ୍ଡିଂ ଟିକସ କାଲକୁଲେସନରେ କେଉଁ ପାରାମିଟରସ ନିଆଯାଇଛି ଏବଂ ଏହା କୋଏଲନଗର ଜନସାଧାରଣଙ୍କୁ ନ ଜଣାଇବା ଓ ଭୁଲ୍ ଥିବା ଟିକସର ସଂଶୋଧନ କରିବାକୁ ସୁଯୋଗ ନ ଦେଇ ଏକତରଫା ଟିକସ ଆଦାୟକୁ କୋଏଲନଗର ବାସିନ୍ଦା ବିରୋଧ କରୁଥିବା ଆର୍ଏମ୍ସି କମିଶନରଙ୍କୁ ଅବଗତ କରାଇଥିଲେ ।

ଶ୍ରୀମତୀ ପଣ୍ଡା ସରକାରୀ କାର୍ଯ୍ୟରେ ରାଉରକେଲା ଅନୁପସ୍ଥିତ ରହୁଥିବାରୁ ସ୍ମାରକପତ୍ରକୁ ଡେପୁଟି କମିଶନର ସୁଷମା ବିଲୁଙ୍ଗଙ୍କ ନିକଟକୁ ପଠାଇଛନ୍ତି । ସେ କୋଏଲନଗର ୱେଲଫେୟାର ଆସୋସିଏସନ ସହ ଟିକସ ଉପରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବେ । ତେବେ ଆସୋସିଏସନ ପକ୍ଷରୁ ଆର୍ଏମ୍ସି କମିଶନରଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ବିଏମ୍ସି ହୋଲଡିଂ ଟ୍ୟାକ୍ସ ପାଇଁ ଯେଉଁ ନୀତି ଓ ନିୟମ ନିର୍ଦ୍ଧାରଣ କରାଯାଇଛି ତାହା ଏଠାରେ ଲାଗୁ କରାଯାଉ, ମ୍ୟୁନିସିପାଲ ଟ୍ୟାକ୍ସେସନ ଅନୁସାରେ କୋଏଲନଗର ଝିରିପାଣି ଭଳି ଗ୍ରାମାଞ୍ଚଳ ପାଶ୍ୱର୍ରେ ଅବସ୍ଥିତ ଏବଂ ସହରର ମୁଖ୍ୟ ବ୍ୟବସାୟିକ କ୍ଷେତ୍ର ଓ ରେଲୱେ ଷ୍ଟେସନ ଠାରୁ ୧୦ କିଲୋମିଟର ଦୂରରେ ଥିବାରୁ ଏ ଅଞ୍ଚଳର ଟ୍ୟାକ୍ସେସନ ଥାର୍ଡ ଅର୍ଡର ଲୋକାଲିଟି ହିସାବରେ ହେବା ଉଚିତ୍, ଯାହା ନୂତନ ଟ୍ୟାକ୍ସେସନରେ ଲାଗୁ କରାଯାଇ ନାହିଁ, ଆସୋସିଏସନ କର୍ମକର୍ତ୍ତାଙ୍କ ମତରେ କୋଏଲନଗର ବାସିନ୍ଦା ହେଉଛନ୍ତି ସମସ୍ତ ଅବସରପ୍ରାପ୍ତ ଆର୍ଏସ୍ପି କର୍ମଚାରୀ, ସେମାନେ ପେନ୍ସନ ଭୋଗୀ ନୁହଁନ୍ତି ।

ସେମାନେ କୋଏଲନଗର ରାସ୍ତା ନିର୍ମାଣ, ଜଳ ସଂରକ୍ଷଣ ସ୍ଥାନ, ବିଦ୍ୟୁତ୍ ସରବରାହ ପ୍ରଣାଳୀ, ଭୂତଳ ନର୍ଦ୍ଦମା, ପାର୍କ, ବଜାର, ବିଦ୍ୟାଳୟ, ଖେଳ ପଡିଆ, ଅବସର ବିନୋଦନ କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଇତ୍ୟାଦିରେ ଘର କ୍ରୟ କରିବାର ମୂଲ୍ୟ ଠାରୁ ଦିଗୁଣ ମୂଲ୍ୟ ଦେଉଛନ୍ତି । ତେଣୁ ଆର୍ଏମ୍ସି ପକ୍ଷରୁ କୋଏଲନଗରରେ ରାଉରକେଲାରେ ପ୍ରଚଳିତ ହୋଲ୍ଡିଂ ଟ୍ୟାକ୍ସର ଅଧା ନେବା ଉଚିତ୍ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି । ଟ୍ୟାକ୍ସେସନ କେବଳ ସେହିମାନଙ୍କ ଉପରେ ଲାଗୁ ହେବ ଯେଉଁଣାନେ ଘର ଭଡାରେ ଦେଇଛନ୍ତି, ଘରକୁ ସମ୍ପ୍ରସାରଣ କରିଛନ୍ତି ଓ ବ୍ୟବସାୟିକ କାର୍ଯ୍ୟରେ ଲଗାଇଛନ୍ତି ବୋଲି କମିଶନର ଶ୍ରୀମତୀ ପଣ୍ଡା କହିଛନ୍ତି । କିନ୍ତୁ ନିଜ ଘରେ ଅବସ୍ଥାନ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ୨୦୦୯-୧୦ରେ ଯେଉଁ ଭାଲ୍ୟୁଏସନ କରାଯାଇଥିଲା ତାହା ବଳବତ୍ତର ରହିବ । ତେଣୁ କୋଏଲନଗର ୱେଲଫେୟାର ଆସୋସିଏସନ ଅଞ୍ଚଳବାସୀଙ୍କୁ ଆର୍ଏମ୍ସି ସହ ଆସୋସିଏସନର ଯେଉଁ ନିଷ୍କର୍ସ ବାହାରିବ ତାକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ କମିଶନର ପରାମର୍ଶ ଦେଇଛନ୍ତି ।

Related Post