Sat. Mar 7th, 2026

ଆର୍ଏମ୍ସି ଉପାୟୁକ୍ତଙ୍କୁ ଭେଟିଲେ ୟୁଥ୍ ଆସୋସିଏସନ କର୍ମକର୍ତ୍ତା

237 Views

ରାଉରକେଲା, ୧୦ା୮: ୟୁଥ୍ ଆସୋସିଏସନ ପକ୍ଷରୁ ଅଧ୍ୟକ୍ଷ ନରେଶ ଅଗ୍ରୱାଲଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଆକାଶ ଜୋରଦାର ସହିତ ୟୁଥ ଆସୋସିଏସନ, ରାଉରକେଲାର ଅନ୍ୟ ସଦସ୍ୟ ସୁରେନ୍ଦ୍ର ତ୍ରିପାଠୀ, ଟୁନା ସାଗର, ଟରୁନ ପରିଡା, ଅରୁଣ କୁଶଳ, ମୁନା ସାଗର, ମୟଙ୍କ ଶର୍ମା, କୌଶଳ ସିଂ, ପ୍ରଦୀପ ଆପଟ, ବିର ପ୍ରସାଦ, ଏମ୍ଡି ନାସିର, ଏମ୍.ଡି. ସମଶେର ଅଲ୍ଲୀ, ନିଲୁ ବିଶ୍ୱାଳ ପ୍ରମୁଖ ମିଳିତ ଭାବେ ମହାନଗର ନିଗମର ଡେପୁଟି କମିଶନରଙ୍କୁ ସାକ୍ଷାତ କରି ରାଉରକେଲାର ବିଭିନ୍ନ ସ୍ଥାନରେ ଜମା ହେଉଥିବା ଆବର୍ଜନା ସମ୍ପର୍କରେ ଅବଗତ କରାଇଥିଲେ ।

ଯେଉଁଥି ପାଇଁ ଆଖପାଖର ପରିବେଷ ଦୂଷିତ ହେଉଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଏସବୁ ଆବର୍ଜନା ଜମା ହେବା ଫଳରେ ଆଖପାଖରେ ରହୁଥିବା ଲୋକମାନେ ଓ ଜୀବଜନ୍ତୁମାନଙ୍କ ଜୀବନ ପ୍ରତି ବିପଦ ରହୁଛି । ଏ ସମ୍ପର୍କରେ ଅବଗତ ହେବା ପରେ ମହାନଗର ଡେପୁଟି କମିଶନର ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ସହ ନିୟମିତ ଭାବେ ଏଗୁଡିକ ଉଠାଯିବ ବୋଲି କହିଥିଲେ ।

By amfnews

Related Post