Mon. Dec 23rd, 2024

ଆର୍ଇସି କ୍ୟାମ୍ପସ୍ରେ ମୋ’ ସ୍କୁଲ ଅଭିଯାନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ

rklsanchar@gmail.com' By J.N. Pradhan Jul 29, 2018 #Featured
340 Views

ରାଉରକେଲା, ୨୯/୭ : ଆର୍ଇସି କ୍ୟାମ୍ପସ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମୋ’ ସ୍କୁଲ ଅଭିଯାନ ଓ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କ ସମେତ ବହୁ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ସଭାପତିତ୍ୱ କରିବା ସହ ମୋ’ ସ୍କୁଲ ଅଭିଯାନ ଓ ବନ ମହୋତ୍ସବ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟ ଅତିଥି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲାର ରେଜିଷ୍ଟ୍ରାର ସନ୍ତୋଷ କୁମାର ଉପାଧ୍ୟାୟ ବିଦ୍ୟାଳୟର ଉନ୍ନତି ପାଇଁ ଅଭିଭାବକମାନଙ୍କ ଭୂମିକା ଓ ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ପାଇଁ ବନ ମହୋତ୍ସବର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଆର୍ଇସି କ୍ୟାମ୍ପସ ନୋଡାଲ ଉଚ୍ଚବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ ପ୍ରଶାନ୍ତ କୁମାର ପତି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ କିପରି ସ୍ୱର୍ଣ୍ଣ ତ୍ରିଭୁଜ ସଦୃଶ ସେ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ଓ ବିକାଶ କମିଟିର ପୂର୍ବତନ ସଭାପତି ସୁଦର୍ଶନ ଗୌଡ ଓ ବର୍ତ୍ତମାନର ସଭାପତି ତ୍ରିଲୋଚନ ପଣ୍ଡା ଓ ଆର୍ଇସି କ୍ଲଷ୍ଟର ସିଆର୍ସିସି ସରସ୍ୱତୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାତୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶ୍ରେଣୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉଜ୍ୱଳ, ଉତ୍ଥାନ ଓ ଉକ୍ରର୍ଷ ତଥା ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଅଭିଭାବକମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଅଭିଭାବକମାନେ ମଧ୍ୟ ନିଜ ନିଜର ପିଲାମାନଙ୍କ ପ୍ରତି ଦାୟିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆୟୋଜିତ ବନ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାତୀ ପ୍ରଧାନ ବନ ମହୋତ୍ସବ ଉପରେ ଲେଖିଥିବା କବିତାକୁ ଶିକ୍ଷୟିତ୍ରୀ ମିନତୀ ଖମାରୀଙ୍କ ସ୍ୱର ସଂଯୋଜନାରେ ଛାତ୍ରଛାତ୍ରୀମାନେ  ଗାନ କରିଥିଲେ ।

ବିଦ୍ୟାଳୟର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଖେଳ ଶିକ୍ଷକ ଅଜୟ କୁମାର ରାଉତଙ୍କ ଉଦ୍ୟମ ପ୍ରଶଂସନୀୟ ଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ସବିତାରାଣି ମହାପାତ୍ର, ସୁଜାତା ତ୍ରିପାଠୀ, ସନ୍ତୋଷ କୁମାର ଶତପଥୀ, ସରସ୍ୱତୀ ନାୟକ, ସଚଳାରାଣି ସାମଲ, ମୀନା କୁମାରୀ ପୃଷ୍ଟି, ମମତା ସେନାପତି ଓ ବିଦ୍ୟାଳୟ କାର୍ଯ୍ୟାଳୟର ସହକାରୀ ବିଜୟେନ୍ଦ୍ର କୁମାର ମାହାନ୍ତ ଓ କମ୍ପ୍ୟୁଟର ଶିକ୍ଷକ ରାଜୀବ ମାହାନ୍ତଙ୍କ ସମେତ ଅନ୍ୟାନ୍ୟ ଶିକ୍ଷା କର୍ମଚାରୀ ସୁରେଖା ନାୟକ, ଯତୀନ୍ଦ୍ର ଭୋଇ, କନକଲତା ଦାସ, ପ୍ରତିମା ପରିଡା ଓ ଉର୍ମିଳା ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶିକ୍ଷକ ସହଦେବ ମହାଖୁଡ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଅର୍ଣ୍ଣପୂର୍ଣ୍ଣା ସାହୁ ଧନ୍ୟବାଦ ଦେଇଥିଲେ ।

Related Post