Tue. Dec 24th, 2024

ଆରମ୍ଭ ହେଲା ସ୍ଵଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By amfnews Jan 9, 2021 #Featured
265 Views

ଭୁବନେଶ୍ୱର, ଜାନୁଆରୀ 09 : ସ୍ଵଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ଆରମ୍ଭ ହୋଇଛି  । ପ୍ରତିଦିନ ବିନ୍ଦୁ ସାଗରକୁ ସଫା ରଖିବା ସହ ନବୀକରଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍‍ ପ୍ରାକୃତିକ ଗ୍ୟାସ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି  । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗର ସଫେଇ କାର୍ଯ୍ୟ କରାଯିବ  ।

 ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ  । ଏହି କାର୍ଯ୍ୟକ୍ରମରେ ଭରଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି, ଇଣ୍ଡିଆନ ଅଏଲ କ୍ୟାମ୍ପସ ଭୁବନେଶ୍ୱର, ଓଡିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନର ମିଳିତ ଉଦ୍ୟମରେ ବିନ୍ଦୁସାଗରର ପୁନରୁଦ୍ଧାର କାର୍ଯ୍ୟ କରାଯିବ  ।

By amfnews

Related Post