Sun. Mar 8th, 2026

ଆରମ୍ଭ ହେଲା ସୁନେତ୍ର ଯୋଜନା : ରାଜ୍ୟର ପ୍ରତିଟି ବ୍ୟକ୍ତିଙ୍କୁ ମିଳିବ ମାଗଣା ଚକ୍ଷୁ ଚିକିତ୍ସା ଓ ଚଷମା

193 Views

ଭୁବନେଶ୍ବର, ଜାନୁଆରୀ ୧୫ :  ରାଜ୍ୟର  ଆଜିଠାରୁ ଆରମ୍ଭ ହୋଇଛି  ସୁନେତ୍ର ଯୋଜନା । ଏହାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।  ରାଜ୍ୟର ସବୁ ବର୍ଗର ଜନସାଧାରଣ ଏହି ଯୋଜନାରେ  ସାମିଲ ହୋଇପାରିବେ। ସୁନେତ୍ର ଯୋଜନା ମାଧ୍ୟମରେ ସରକାର ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ଚକ୍ଷୁ ପରୀକ୍ଷା ମାଗଣାରେ କରିବେ  । ଏଥିସହିତ ଦୃଷ୍ଟିଗତ ସମସ୍ୟା ଥିବା ପିଲାମାନଙ୍କୁ ମାଗଣାରେ ଚଷମା ଯୋଗାଇଦିଆଯିବାର ବ୍ୟବସ୍ଥା ହୋଇଛି  ।

ଏହାଛଡା ଯେକୌଣସି ପ୍ରକାରର ଜଟିଳ ଚକ୍ଷୁରୋଗର ଆବଶ୍ୟକ ଚିକିତ୍ସା  ଡାକ୍ତରଖାନାରେ ହେବ । ବୟସ୍କ ଲୋକମାନଙ୍କ ପାଇଁ ପ୍ରତିବର୍ଷ ମାଗଣାରେ ଆଖି ପରୀକ୍ଷା ଓ ଆବଶ୍ୟକ ଚାଳିଶିଆ ଚଷମା ପାଇଁ  ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ବୟସ୍କ ଲୋକଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ବି ମାଗଣାରେ ହେବ।  ଏହି ସବୁ ସୁବିଧା ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଓ ମେଡିକାଲ କଲେଜଗୁଡିକରେ ମିଳିବ ।  ଏହି ସୁବିଧା ପାଇବାକୁ କୌଣସି କାଗଜପତ୍ର ଦରକାର ହୁଏ ନାହିଁ ।

୨୦୨୩ ସୁଦ୍ଧା ଓଡିଶାର ସମସ୍ତ ଜନସାଧାରଣଙ୍କୁ ଉତ୍ତମ ଏବଂ ଉନ୍ନତମାନର ଚକ୍ଷୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ।ଏହି ଯୋଜନାରେ ସମସ୍ତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଜିକାଲ କଲେଜଗୁଡିକରେ ଚକ୍ଷୁ ପରୀକ୍ଷା କଲାବେଳେ ପଂଜିକରଣ ଏବଂ ଲିପିବଦ୍ଧ କରିବାର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଭବିଷ୍ୟତରେ ଜଣେ ଚକ୍ଷୁ ରୋଗୀ ନିଜର ପୂର୍ବ ଚିକିତ୍ସା ପରାମର୍ଶକୁ ସଜହରେ ସବୁଠାରେ ପାଇପାରିବେ ଏବଂ ନିଜ ସୁବିଧା ଓ ଆବଶ୍ୟକ ମୁତାବକ ଚକ୍ଷୁବିଶେଷଜ୍ଞଙ୍କର ପରାମର୍ଶ ଲୋଡିପାରିବେ ।

By amfnews

Related Post