216 Views
ନୂଆଦିଲ୍ଲୀ, ଅଗଷ୍ଟ ୧୧ : ଅଷ୍ଟ୍ରେଲୀୟାର ପୂର୍ବତନ ମହିଳା ୱିକେଟ୍ କିପର ଲର୍ନା ବିଲ୍ଙ୍କ ୯୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଛି । ସେ ୧୯୪୮ ରୁ ୧୯୫୧ ମଧ୍ୟରେ ସାତୋଟି ଟେଷ୍ଟ ଖେଳିଥିଲେ ଏବଂ ଘରୋଇ କ୍ରିକେଟ୍ରେ ଭିକ୍ଟୋରିଆକୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ ।
ଲର୍ନାଙ୍କୁ ଦେଖି ଦେଶରେ ବହୁ ମହିଳା କ୍ରିକେଟ ଖେଳିବା ଆରମ୍ଭ କରିଥିଲର । ଷ୍ଟମ୍ପ ପଛରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉଲ୍ଲେଖନୀୟ ଥିଲା ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ ନିକ୍ ହକ୍ଲି କହିଛନ୍ତି । ଏହା ସହ ତାଙ୍କ ବିୟୋଗରେ ସେ ଦଃୁଖ ପ୍ରକାଶ କରିଛନ୍ତି ।
ବିଲ ୱେଲିଙ୍ଗଟନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଇଂଲଣ୍ଡ ବିପକ୍ଷରେ ତାଙ୍କର ଅନ୍ୟ ଛଅଟି ମ୍ୟାଚ୍ ଖେଳିଥିଲେ । ସେ ୧୯୨୩ ମସିହାରେ ମେଲବର୍ଣ୍ଣର ହାଥର୍ନରେ ଜନ୍ମଗ୍ରହଣ କରିଥିଲେ ଏବଂ କ୍ରିକେଟରୁ ଅବସର ପରେ ତାଙ୍କ ସ୍ୱାମୀ ରୟଙ୍କୁ ବିବାହ କରିଥିଲେ ।
ସେ ୧୨ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ଭିକ୍ଟୋରିଆ ଏବଂ ଅଷ୍ଟ୍ରେଲିଆ ପାଇଁ ଖେଳିବା ପୂର୍ବରୁ ସେ ସାଉଥ୍ ହାଥର୍ନ୍ ଲେଡିଜ୍ କ୍ରିକେଟ୍ କ୍ଲବ ପାଇଁ ଖେଳିଥିଲେ ।