Wed. Jan 22nd, 2025

ଆରଏସ୍ପିର ମେଘ ମହ୍ଲାର ଓ ରଜ ଉତ୍ସବ ରଜ ଓ ବର୍ଷାର ଆଗମନର ନୃତ୍ୟରେ ଦୁଲୁକିଲା ମଞ୍ଚ

rklsanchar@gmail.com' By J.N. Pradhan Jun 15, 2018 #Featured
398 Views

ରାଉରକେଲା, ୧୫ା୬ (ସବ୍ୟୁ): ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗ ତରଫରୁ ମେଘ ମହ୍ଲାର ଓ ରଜ ଉତ୍ସବ ସିଭିକ୍ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ଇଡ଼ି ପିଆଣ୍ଡଏ ପି.କେ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସେ କହିଲେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଆୟୋଜିତ ହେଉଥିବା କୁମାର ଉତ୍ସବ ଓ ରଜ ଉତ୍ସବ ଓଡ଼ିଶାର ପର୍ବପର୍ବାଣି ସହ ସଂଯୋଗ ରହିଛି । ରାଉରକେଲା ହେଉଛି ସଂସ୍କୃତିର ପ୍ରାଣକେନ୍ଦ୍ର । ଦୋଳି, ତାସ, ଲୁଡ଼ୁ ଆଦି ବିଭିନ୍ନ ପ୍ରକାର ଖେଳକୁ ମନେପକାଇଦେବା ପାଇଁ ଆଜିର ଏହି ଦିନଟି ।

ବରେଣ୍ୟ ଅତିଥିଭାବେ ରାଉରକେଲା ଇସ୍ପାତ କାରଖାନାର ଇଡ଼ି ୱାର୍କସ୍ ଶୁଭେନ୍ଦ୍ର ଦାସ କହିଲେ, ଆରଏସପି ଏପରି କାର୍ଯ୍ୟକ୍ରମ ପୁରପଲ୍ଲୀରୁ ସହରକୁ ରଜ ମହୋତ୍ସବକୁ ନେଇ ଆସିଛି । ଆରଏସପି ଓଡ଼ିଶାର ସଂସ୍କୃତି ପ୍ରୟୋଜନ କରି ଆଗକୁ ନେବାପାଇଁ ସର୍ବଦା ଉଦ୍ୟମରତ । ସଂସ୍କୃତି ସବଳ କରେ । ରାଉରକେଲାର ସାଂସ୍କୃତିକ ପରିବର୍ତ୍ତନ ଆରଏସପିକୁ ଲାଭବାନ କରିଆସିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପିକା ମହିଳା ସଂଘତିର ଉପସଭାପତି ମିନାକ୍ଷୀ ପ୍ରଧାନ, ରୁନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ସହରସେବା ବିଭାଗ ମହାପ୍ରବନ୍ଧକ ନିରୋଦ କୁମାର ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିଲେ ।

‘ବନସ୍ତେ ଡ଼ାକିଲା ଗଜ..ବରଷକେ ଥରେ ଆସିଛି ରଜ’ ଗୀତରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଇସ୍ପାତ କଳା ପରିଷଦ ପକ୍ଷରୁ ରଜ ଗୀତ ସହ ଦୋଳି ଖେଳ ଓ ବର୍ଷାର ଆଗମନକୁ ନେଇ ‘ବର୍ଷାର ଅଭିସାର’ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।ନୃତ୍ୟ ମଧୁରମ ତରଫରୁ ବର୍ଷାର ଆଗମନକୁ ନେଇ ପର୍ଯ୍ୟବେଷିତ ନୃତ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ମ୍ୟୁଜିକ ସର୍କଲ ତରଫରୁ ଏଇ ଆମ ଟିକି ଗାଁ ଗୀତରେ ଗାଁର ପରମ୍ପରାକୁ ନେଇ ନୃତ୍ୟ ପରିବେଷଣ କରିଥିଲେ । ସୁରତାଲ୍ ପକ୍ଷରୁ ମେଘା ମେଘା ଆଦି ହିନ୍ଦୀ ଗୀତରେ ନୃତ୍ୟ କରିଥିଲେ । ତ୍ରିଭଙ୍ଗୀ କଳା ପରିଷଦ ତରଫରୁ ବର୍ଷା ଓ ମେଘର ସମନ୍ୱୟରେ ରଜ ଗୀତରେ ଉପରେ ଆଧାରିତ ନୃତ୍ୟ ପରିବେଷଣକୁ ଦର୍ଶକ ଉପଭୋଗ କରିଥିଲେ ।

ଆଜାଦ ଡ଼୍ୟାନ୍ସ ଗ୍ରୁପ ତରଫରୁ ସମ୍ବଲପୁରୀ ଡ଼ାଲଖାଇ ନୃତ୍ୟ ପରିବେଷଣ ହୋଇଥିଲା । ମନସ୍ୱିନୀ ଦାସ ଓ ସରୋଜ କବି ମଞ୍ଚ ସଞ୍ଚାଳନ କରିଥିଲେ । ଡିଜିଏମ୍, ପିଏଚଏସ ଆଣ୍ଡ ଏସ୍ଡ଼ବ୍ଲ୍ୟୁ ହୀରାଲାଲ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Related Post