Fri. Jan 17th, 2025

ଆରଏସପିରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଠିକାଶ୍ରମିକ ପୁରସ୍କୃତ

By amfnews Sep 21, 2018 #Featured
195 Views

ରାଉରକେଲା, ୨୦ା୯  : ରାଉରକେଲା ଇସ୍ପାତ କାରଖାନାର କୋକ ଓଭେନ ଅଞ୍ଚଳରେ କାର୍ଯ୍ୟରତ ୮ ଜଣ ଠିକା ଶ୍ରମିକଙ୍କୁ ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ ପୁରସ୍କୃତ କରାଯାଇଛି । କୋକ ଓଭେନ ବିଭାଗରେ ସେପ୍ଟେମ୍ବର ୮ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ସିଓ ଓ ସିସି ବିଭାଗର ଜିଏମ ବିଶ୍ୱଜିତ ପଟ୍ଟନାୟକ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଠିକା ଶ୍ରମିକମାନେ ମେସର୍ସ ରଞ୍ଜନ ଇଞ୍ଜିନିୟର୍ସରେ କାର୍ଯ୍ୟ କରୁଛନ୍ତି ।

ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ପଟ୍ଟନାୟକ ଠିକା ଶ୍ରମିକ ଓ ଠିକାଦାରଙ୍କୁ ସେମାନଙ୍କର ଉଦାହରଣୀୟ ପ୍ରୟାସ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ଏବଂ ଏଭଳି କାର୍ଯ୍ୟଧାରାରେ ଅନ୍ୟଙ୍କୁ ଅନୁପ୍ରେରିତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଠିକା ଶ୍ରମିକମାନଙ୍କୁ କୋକ ଓଭେନ ବ୍ୟାଟେରୀ ନମ୍ବର- ୧ର କ୍ୱେଞ୍ôଚଙ୍ଗ କାର ଲାମିନେଟେଡ ଲିଫ ସ୍ପ୍ରିଙ୍ଗ ଆଂଶିକ ପରିବର୍ତ୍ତନରେ ସେମାନଙ୍କର ଯୋଗଦାନ ନିମନ୍ତେ ପୁରସ୍କୃତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ରେଡି ଓଭେନରୁ ଉତ୍ତପ୍ତ କୋକ ଗ୍ରହଣ କରିବା ତଥା କ୍ୱେଞ୍ôଚଙ୍ଗ ଟାୱାରରେ ଏହାକୁ ଶୀତଳ କରିବା କ୍ୱେଞ୍ôଚଙ୍ଗ କାର କାରର ମୁଖ୍ୟ କାର୍ଯ୍ୟ ଅଟେ । ଏହି କୋକକୁ ଉନ୍ନତତର କନଭେୟାଂସ ନିମନ୍ତେ ହ୍ୱାର୍ଫରେ ଢଳା ଯାଇଥାଏ । କ୍ୱେଞ୍ôଚଙ୍ଗ କାରର ସୂଚାରୁ ଗୁମାନାଗମନ ନିମନ୍ତେ ସ୍ୱିଭେଲ ବଗିର ଲିଫସ୍ପ୍ରିଙ୍ଗ ମହତ୍ତ୍ୱପୂର୍ଣ୍ଣ ଅଟେ । ଲିଫ ସ୍ପ୍ରିଙ୍ଗର ଅଭାବ କ୍ୱେଞ୍ôଚଙ୍ଗ କାରର ଗମନାଗମନ ଓ ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିଥାଏ ।

ଏଭଳି ଏକ ପରିସ୍ଥିତିରେ ଆହ୍ୱାନକୁ ଗ୍ରହଣ କରି କ୍ଷତିଗ୍ରସ୍ତ ସ୍ପ୍ରିଙ୍ଗରୁ ଉତ୍ତମ ଅବସ୍ଥାରେ ଥିବା ଲିଫ ସ୍ପ୍ରିଙ୍ଗ ଅଂଶଗୁଡିକ ସଂଗ୍ରହ କରାଯାଇ ସେଗୁଡିକର ମରାମତି କରାଯାଇଥିଲା । ଟପ ଲିଫକୁ ନିଜସ୍ୱ ସମ୍ବଳରେ ବିକାଶ ସାଧନ କରାଯାଇଥିଲା । ଏହି ଲିଫ ସ୍ପ୍ରିଙ୍ଗଗୁଡିକୁ ଏକାଠି କରାଯାଇ ଡ୍ରଇଙ୍ଗ ମୁତାବକ ଫିଟିଙ୍ଗ କରାଯାଇଥିଲା । ଏହାପରେ ଲିଫ ସ୍ପ୍ରିଙ୍ଗକୁ ସଫଳତା ସହକାରେ ସ୍ଥାପନା କରାଯାଇଥିଲା । ଏହା ଯନ୍ତ୍ର ଉପଲବ୍ଧତାରେ ବ୍ୟାପକ ଉନ୍ନତି ଆଣିଥିଲା । ପୁରସ୍କାର ଉତ୍ସବକୁ କାର୍ମିକ ବିଭାଗର ଡେପୁଟି ମ୍ୟାନେଜର ସୁଶ୍ରୀ ଜ୍ୟୋତି ଓରେୟା ସଂଯୋଜନା କରିଥିଲେ ।

By amfnews

Related Post