Wed. Jan 15th, 2025

ଆରଏସପିର ହଟ ଷ୍ଟ୍ରିପ ମିଲ ବିଭାଗ ଦ୍ୱାରା ସର୍ବକାଳୀନ ଶ୍ରେଷ୍ଠ ମାସିକ ଉତ୍ପାଦନ ଓ ଚାଲାଣ ରେକର୍ଡ

By amfnews Nov 4, 2018 #Featured
169 Views

ରାଉରକେଲା, ନଭେମ୍ବର,୪ : ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାର ହଟ ଷ୍ଟିପ ମିଲ ବିଭାଗ ୨୦୧୮ ଅକ୍ଟୋବର ମାସରେ ସର୍ବକାଳୀନ ଶ୍ରେଷ୍ଠ ମାସିକ ଉତ୍ପାଦନ ଓ ଚାଲାଣ ରେକର୍ଡ ସ୍ଥାପିତ କରିଛି । ଆଲୋଚ୍ୟ ମାସରେ ହଟ ଷ୍ଟ୍ରିପ ମିଲ ୧,୬୯,୪୬୧ ଟନ ହଟ ରୋଲ୍ଡ କଏଲ ଉତ୍ପାଦନ କରିବା ସହିତ ୧,୦୩,୦୨୫ ଟନ ହଟ ରୋଲ୍ଡ କଏଲ ଚାଲାଣ କରି ଏହି କୀର୍ତ୍ତିମାନ ହାସଲ କରିଛି ।

ଏଥିର୍ପୂବରୁ ୨୦୧୮ ମାର୍ଚ୍ଚ ମାସରେ ୧,୬୭,୧୭୭ ଟନ ସର୍ବଶ୍ରେଷ୍ଠ ଉତ୍ପାଦନ ରେକର୍ଡ ଥିବାବେଳେ ୨୦୧୭ ଅଗଷ୍ଟ ମାସରେ ୧,୦୧,୧୮୪ ଟନ ମାସିକ ସର୍ବଶ୍ରେଷ୍ଠ ଚାଲାଣ ରେକର୍ଡ ରହିଥିଲା । ଏହି ସଫଳତା ଉପଲବ୍ଧ ସମ୍ବଳର ସର୍ବଶ୍ରେଷ୍ଠ ଉପଯୋଗ, ରୋଲିଙ୍ଗ ହାରରେ ଉନ୍ନତି, ଉନ୍ନତ ମିଲ ଉପଯୋଗ, ବ୍ରେକଡାଉନ ଓ କୋବଲ ଉତ୍ପନ୍ନ ହ୍ରାସ ଏବଂ ଯନ୍ତ୍ରୋପକରଣ ଉପଳବ୍ଧତାରେ ଉନ୍ନତି ଆଣିବା ଯୋଗୁଁ ସମ୍ଭବପର ହୋଇପାରିଛି ।

ସୂଚନାଯୋଗ୍ୟ ଯେ, ମୁକ୍ୟ ମରାମତି ପରେ ବିଭାଗର ପ୍ରତ୍ୟେକ କର୍ମଚାରୀ ସର୍ବଶ୍ରେଷ୍ଠ ଯୋଗଦାନ ଦେଇ ମିଲକୁ ପୁନଃ ଶ୍ରେଷ୍ଠତାରେ ପହଞ୍ଚାଇବା ନିମନ୍ତେ ଯୋଗଦାନ ଦେବା ସହିତ ଏହି ରେକର୍ଡ ହାସଲରେ ସହାୟତା ପ୍ରଦାନ କରିଥିଲେ । ମାସର ଶେଷ ସପ୍ତାହରେ ୱାଗନ ଉପଲବ୍ଧତାରେ ଉନ୍ନତି ଯୋଗୁଁ ଚାଲାଣରେ ଏହି ନୂତନ କୀର୍ତ୍ତିମାନ ହାସଲ ହୋଇପାରିଥିଲା ।

ହଟ ଷ୍ଟ୍ରିପ ମିଲ ବିଭାଗର ଜିଏମ ଶ୍ରୀ ପି ମୁରଲୀଙ୍କ ନିପୁଣ ନେତୃତ୍ୱରେ ବିଭାଗର ଅପରେସନ, ମେକାନିକାଲ, ଇଲେକ୍ଟ୍ରିକଲ ଓ ଚାଲାଣ ୟୁନିଟ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟକରି ତଥା ପିପିସି, ଆର ଆଣ୍ଡ ସି ଲାବ, ଟିଆରଏମ, ରୋଲ ସପ, ଏସଏମଏସ-୧ ଓ ୨, କ୍ରେନ ମରାମତି(ମେକାନିକାଲ ଓ ଇଲେକ୍ଟ୍ରିକଲ), ଇଏମଡି, ଇନଷ୍ଟ୍ରୁମେଣ୍ଟେସନ, ଡବ୍ଲୁଏମଡି, ଏୟାର କଣ୍ଡିସନିଙ୍ଗ, ସି ଆଣ୍ଡ ଆଇଟି, ପାୱାର ଡିଷ୍ଟ୍ରିବ୍ୟୁସନ, ସିଇଡି, ଇଇଡି, ଆରସିଏମ ଓ ଅନ୍ୟ ସହଯୋଗୀ ବିଭାଗର ସହାୟତାରେ ଏହି ନୂତନ କୀର୍ତ୍ତିମାନ ହାସଲ କରିଛି ।

By amfnews

Related Post