Sat. Jan 11th, 2025

ଆରଏସପିର ସ୍ୱଚ୍ଛତା ହିଁ ସେବା ଅଭିଯାନରେ ବିବିଧ କାର୍ଯ୍ୟକ୍ରମ ଆୟୋଜନ

By amfnews Oct 6, 2018 #Featured
124 Views

ରାଉରକେଲା, ୫ା୧୦  : ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ଆୟୋଜିତ ବିବିଧ କାର୍ଯ୍ୟକ୍ରମରେ କର୍ମଚାରୀ, ବିଦ୍ୟାର୍ଥୀ ଓ ଇସ୍ପାତ ସହର ବାସିନ୍ଦାଙ୍କର ଉତ୍ସାହପୂର୍ଣ୍ଣ ଯୋଗଦାନ ପରିଲକ୍ଷିତ ହେଉଛି । ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୫ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅନୁଷ୍ଠିତ ହେଉଛି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ସହିତ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ଅନ୍ତର୍ଗତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମଧ୍ୟରେ ଏକ ସ୍ୱଚ୍ଛତା ସଂସ୍କୃତିର ପ୍ରବର୍ତ୍ତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ୱଚ୍ଛତା ଶପଥ ଗ୍ରହଣ ଉତ୍ସବ, ବସ୍ତି ଓ ଗ୍ରାମାଞ୍ଚଳରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଓ ମଞ୍ଚସ୍ଥ ନାଟକ, କର୍ମଚାରୀ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା, ମହତ୍ତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ସ୍ୱଚ୍ଛତା ହୋର୍ଡିଙ୍ଗ ପ୍ରଦର୍ଶନ, ସୋସିଆଲ ମେଡିଆ ମାଧ୍ୟମରେ ପ୍ରଚାର ଆଦି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଆରଏସପିର ବିଭିନ୍ନ ୟୁନିଟ୍ରେ ସ୍ୱଚ୍ଛତା ଶପଥ ଗ୍ରହଣ ଉତ୍ସବମାନର ଆୟୋଜନ ସହିତ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ଆରଏପିର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସ୍ୱଚ୍ଛତା ଶପଥପାଠ କରିଥିଲେ । ବିଭିନ୍ନ ବିଭାଗର କର୍ମଚାରୀମାନେ ସପଫ୍ଲୋର ଏବଂ ବିଭାଗର ପରିପାଶ୍ୱର୍ରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ଏହି କ୍ରମରେ ଆରଏସପି ଜନସ୍ୱସ୍ଥ୍ୟ ବିଭାଗ ଦ୍ୱାରା ସେକ୍ଟର ୨ ବସଷ୍ଟାଣ୍ଡରେ ସେପ୍ଟେମ୍ବର ୨୭ ତାରିଖରେ ଏକ ପଥପ୍ରାନ୍ତ ନାଟକ ମଞ୍ଚସ୍ଥ ହୋଇଥିଲା ।

By amfnews

Related Post