Wed. Nov 27th, 2024

ଆରଏସପିର ସଚେତନତା କାର୍ଯ୍ୟକ୍ରମ ଦକ୍ଷରେ ଏକ ହଜାରରୁ ଉଦ୍ଧ୍ୱର୍ ଠିକା ଶ୍ରମିକଙ୍କ ଅଂଶଗ୍ରହଣ

By amfnews Oct 16, 2018 #Featured
162 Views

ରାଉରକେଲା, ୧୬ା୧୦  : ରାଉରକେଲା ଇସ୍ପାତ କାରଖାନାର ଠିକା ଶ୍ରମିକଙ୍କ ନିମନ୍ତେ ଗତବର୍ଷ ଆରମ୍ଭ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ‘ଦକ୍ଷ’ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଗତ ଅକ୍ଟୋବର ୧୧ ତାରିଖରେ ଏହାର ଏକ ଅଧିବେଶନର ଆୟୋଜନ ସହିତ ଏହି କାର୍ଯ୍ୟକ୍ରମରେ ଅଦ୍ୟାବଧି ୧୦୨୨ ଜଣ ଠିକା ଶ୍ରମିକ ସାମିଲ ହୋଇ ଏହା ଏକ ନୂତନ ସୋପାନରେ ପଦାର୍ପଣ କରିଛି । ଏହି ପ୍ରୟାସ ଆରଏସପିର ସିଇଓ ଅଶ୍ୱିନୀ କୁମାରଙ୍କ ତତ୍ତ୍ୱାବଧାନରେ ୨୦୧୭ ଜୁଲାଇ ୧୯ ତାରିଖରେ ଆରମ୍ଭ ହୋଇଥିଲ ।

କାରଖାନାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ସୁରକ୍ଷା ଅଭ୍ୟାସ ଗୁଡିକ ସମ୍ପର୍କରେ ସଚେତନ କରାଇବ, କାରଖାନାର ମୁଖ୍ୟସ୍ରୋତ ସହ ସଂଲଗ୍ନ ରହିବା ଏବଂ ଦୀର୍ଘମିଆଦି ରୂପେ ଆରଏସପିର ତାଲିମ ଓ ସୁରକ୍ଷା ସଂସ୍କୃତିକୁ ସୁଦୃଢ କରିବା ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ପ୍ରାରମ୍ଭରେ ଇଲେକ୍ଟ୍ରିକଲ ଓ ମେକାନିକାଲ ମଡ୍ୟୁଲରେ ମରାମତି ଓ ସୁରକ୍ଷା ଉପରେ ଆଧାରିତ ଏହା ୨ ଦିନିଆ କର୍ମଶାଳା ରୂପେ ଆରମ୍ଭ ହୋଇଥିଲା ଏବଂ ପରେପରେ ଏହାକୁ ଅଧିକ ଶାଣିତ କରାଯାଇ ଏକ ଦିନିକିଆ କାର୍ଯ୍ୟକ୍ରମରେ ରୂପାନ୍ତର କରାଯାଇଛି ।

ଏଥିରେ କାର୍ଯକ୍ରମର ଏକ ଅଧିବେଶନ ଆରଏସପିରେ କାର୍ଯ୍ୟଧାରା, ଶିଳ୍ପ ହାଜାର୍ଡ, ସାଧାରଣ ସୁରକ୍ଷା ଓ ସୁରକ୍ଷିତ କାର୍ଯ୍ୟ ପ୍ରଣାଳୀ ଉପରେ ପର୍ଯ୍ୟବେଶିତ ରହିଥିବାବେଳେ ଅନ୍ୟ ଅଧିବେଶନ “ଆରଏସପିରେ ଓ ଆରଏସପି ନିମନ୍ତେ କାର୍ଯ୍ୟ କରିବା” ଅନ୍ତର୍ଗତ ଆତ୍ମବିକାଶ, ଆନ୍ତଃକର୍ମଚାରୀ ସମ୍ପର୍କରେ ଉନ୍ନତି ସାଧନ, ଶୃଙ୍ଖଳା, କାର୍ଯ୍ୟ ପରିବେଶ, ଏସଓପି, ଏସଏମପି, ଦଳଗତ କାର୍ଯ୍ୟ, କଲ୍ୟାଣମୂଳକ ସୁବିଧା ସୁଯୋଗ ଓ ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନା ଆଦି ଉପରେ ପର୍ଯ୍ୟବେଶିତ ରହିଛି । ସୂଚନାଯୋଗ୍ୟ ଯେ, ଉକ୍ତ କାର୍ଯ୍ୟକ୍ରମ ମାସରେ ଦୁଇଥର ଏଚଆରଡି ସେଣ୍ଟରଠାରେ ଅନୁଷ୍ଠିତ ହେଉଛି । ଠିକା ଶ୍ରମିକଙ୍କ ସୁରକ୍ଷା ସମ୍ବନ୍ଧୀୟ ଜ୍ଞାନକୁ ବ୍ୟାପ୍ତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ହୋଇଛି ।

By amfnews

Related Post