Sat. Mar 7th, 2026

ଆରଏସପି ୨ନଂ. ମିଣ୍ଟରିଂ ପ୍ଲାଣ୍ଟର ଉଦ୍ୟୋଗୀ କର୍ମଚାରୀଙ୍କ ଅନନ୍ୟ ପ୍ରୟାସ ଫଳରେ କମ୍ପାନୀର ଆଖିଦୃଶିଆ ସଞ୍ଚୟ

251 Views

ରାଉରକେଲା, ୨ା୧୨  :ଆରଏସପି ୨ ନମ୍ବର ସିଣ୍ଟରିଂ ପ୍ଲାଣ୍ଟର ଉଦ୍ୟୋଗୀ କର୍ମଚାରୀଙ୍କ ଏକ ଦଳ ସ୍ପିଲେଜ୍ ସିଣ୍ଟରର ରିରୁଟ୍ କରିବାରେ ସଫଳତା ହାସଲ କରିବା ସହ କମ୍ପାନୀ ନିମନ୍ତେ ଆଖିଦୃଶିଆ ସଞ୍ଚୟ କରିଛନ୍ତି । ସୂଚନାଯୋଗ୍ୟ ଯେ, ସିଣ୍ଟର ପ୍ଲାଣ୍ଟ-୨ରୁ ପ୍ରସ୍ତୁତ ସିଣ୍ଟର ଏହାର ସି୭୨ କନଭେୟର ଏବଂ ଏସ୍ପି-୩ର ତିନୋଟି କନଭେୟର ଦେଇ ବ୍ଲାଷ୍ଟ ଫର୍ଣ୍ଣେସ-୫ ଷ୍ଟୋରେଜ୍ ବଙ୍କରକୁ ଚାଲାଣ ହୋଇଥାଏ । ପ୍ଲଗ୍ ଫିଡର ଦେଇ ସି୭୨ କନଭେୟରରୁ ସିଣ୍ଟର ପ୍ଲାଣ୍ଟ-୩ର କନଭେୟରକୁ ସିଣ୍ଟର ଆସିଥାଏ ।

ଏହି ସମୟରେ ସ୍ପିଲେଜ୍ ହୋଇଥିବା ସିଣ୍ଟରକୁ ବ୍ଲାଷ୍ଟ ଫର୍ଣ୍ଣେସ୍ ହାଇଲାଇନ୍କୁ ପ୍ରେରଣ କରିବା ନିମନ୍ତେ ୬ଟି କନଭେୟର ବେଲ୍ଟ ବ୍ୟବହୃତ ହୁଏ । କୌଣସି କାରଣରୁ ଏହି ୬ଟି କନଭେୟରରୁ ଗୋଟିଏ କନଭେୟର ବନ୍ଦ ହୋଇଗଲେ ବ୍ଲାଷ୍ଟ ଫର୍ଣ୍ଣେସକୁ ସିଣ୍ଟର ଚାଲାଣ ବିଶେଷ ବାଧାପ୍ରାପ୍ତ ହୋଇଥାଏ । ଏହାଛଡା ୬ଟି କନଭେୟର ଏକା ସାଙ୍ଗରେ ଚାଲୁଥିବା ଯୋଗୁଁ ଏହାର ମରାମତି ବହୁ ସମୟ ସାପେକ୍ଷ ଅଟେ । ତେଣୁ ବିଭାଗର ଡେପୁଟି ମ୍ୟାନେଜର ଡି. ବିଶ୍ୱାସ, ଏସ୍ଓଏସ୍ଟି ଡି. ବଡାଇକ, ଏ.କେ. ସାହୁ, ଏଲ୍. ଓରାମ, ପି.କେ. ସାହୁ, ଏଚ୍. ଟୁଡୁ ପ୍ରମୁଖ ଏହି ସମସ୍ୟାର ସମାଧାନ କରିବାର କାର୍ଯ୍ୟ ହାତକୁ ନେଇ ସ୍ପିଲେଜ୍ ସାମଗ୍ରୀକୁ ଏକ ଡାଇଭର୍ସନ ଚ୍ୟୁଟ୍ ମାଧ୍ୟମରେ ଅପସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହି ପ୍ରକ୍ରିୟା ଫଳରେ ବ୍ଲାଷ୍ଟ ଫର୍ଣ୍ଣେସକୁ ସିଣ୍ଟର ଚାଲାଣ କାର୍ଯ୍ୟ ବେଶ୍ ସରଳ ହୋଇପାରିଛି । ସେହିଭଳି ବୈଦ୍ୟୁତିକ ଶକ୍ତି ଉପଯୋଗ ହ୍ରାସ ପାଇବା ସହ ସ୍ପିଲେଜ୍ ହ୍ରାସ ପାଇଛି ତଥା ରକ୍ଷଣାବେକ୍ଷଣ ଓ ମରାମତି ପ୍ରକ୍ରିୟା ସୁଗମ ହୋଇଛି । ଏହି ନୂତନ ବ୍ୟବସ୍ଥା ଫଳରେ ବୈଦ୍ୟୁତିକ ଶକ୍ତିଜନିତ ପ୍ରାୟ ୩୬ ଲକ୍ଷ ଟଙ୍କା ସଞ୍ଚୟ ହୋଇପାରିଛି । ନିକଟ ଅତୀତରେ ସିଣ୍ଟର ପ୍ଲାଣ୍ଟ ବିଭାଗ ଜିଏମ୍ ଏଚ୍.ଆର୍. ଦତ୍ତ ଉକ୍ରର୍ଷ ପୁରସ୍କାର ଯୋଜନା ଅଧିନରେ ଏହି ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

By amfnews

Related Post