Fri. Mar 6th, 2026

ଆରଏସପି ଷ୍ଟକଚରାଲ ଓ ଫେବ୍ରିକେସନସପ ସାମୁଦାୟିକଙ୍କ ପ୍ରଶଂସନୀୟ ପ୍ରୟାସର ଫଳସ୍ୱରୂପ ବିପୁଳ ସଞ୍ଚୟ ସାଧନ

424 Views

ରାଉରକେଲା, ୧୦/୭ : ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଓ ଫେବ୍ରିକେସନ ବିଭାଗୀୟ ସାମୁଦାୟିକ ଉଦାହରଣୀୟ ପ୍ରୟାସ ନିଦର୍ଶନ ପୂର୍ବକ ନିଜସ୍ୱ ରୂପେ ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗର ଏଲ୍ଡି କନଭର୍ଟର ନିମନ୍ତେ ପ୍ରଥମ ଥର ପାଇଁ ସଫଳତା ସହକାରେ ଆଂଶିକ ପରିବର୍ତ୍ତନ ହୋଇଥିବା ଏକ ଟପ କୋନର ନିର୍ମାଣ କରିଛନ୍ତି । ଉଲ୍ଲେଖନୀୟ ଯେ, ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗର ଏଲଡି କନଭର୍ଟର-୧ର ପ୍ରାୟ ୪୫ ଟନ ଓଜନ ବିଶିଷ୍ଟ ଟପ କୋନ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ଏହାର ପରିବର୍ତ୍ତନ ଅପରିହାର୍ଯ୍ୟ ହୋଇଥିଲା ।

କାଷ୍ଟିଙ୍ଗ ସେଗମେଣ୍ଟରୁ ଏହାର କୋନ ଟିପ ଓ ଲିପ ରିଙ୍ଗ ୱେଲ୍ଡିଂ ଓ ଫେବ୍ରିକେଟ ହୋଇଥିବା ପରିପ୍ରେକ୍ଷୀରେ ଏହାର ମରାମତିରେ ବହୁଳ ମେସିନିଙ୍ଗ, ଫିଟିଙ୍ଗ ଓ ୱେଲ୍ଡିଂର ଆବଶ୍ୟକତା ପଡିଥିଲା । ଷ୍ଟ୍ରକଚରାଲ ଓ ଫେବ୍ରିକେସନ ବିଭାଗୀୟ ସାମୁଦାୟିକ ଉକ୍ତ ୭.୮ ମିଟର ବ୍ୟାସ ଓ ୩ ମିଟର ଉଚ୍ଚତା ବିଶିଷ୍ଟ ଏଲଡି କୋନକୁ କାଷ୍ଟିଙ୍ଗ ଓ ୱେଲ୍ଡିଂ ଡିଜାଇନରୁ ବୋଲଟିଙ୍ଗ ଡିଜାଇନରେ ପରିବର୍ତ୍ତନ କରିଥିଲେ । ନୂତନ ରୂପେ ଡିଜାଇନ ହୋଇଥିବା ଏହି କୋନକୁ ସ୍ୱତନ୍ତ୍ର ରୂପେ ରୋଲିଙ୍ଗ କରାଯାଇଥିବା ସ୍ଲାବ ଓ ପ୍ଲେଟରୁ ଫେବ୍ରିକେସନ କରାଯାଇଥିଲା ।

ଏହି ପରିବର୍ତ୍ତନର ଫଳରେ ସମ୍ପ୍ରତି କ୍ଷତିଗ୍ରସ୍ତ ଲିପ ରିଙ୍ଗର ସ୍ୱଳ୍ପ ସମୟରେ ସହଜରେ ଡାଉନ ସମୟ ହ୍ରାସ ପୂର୍ବକ ପରିବର୍ତ୍ତନ କରାଯାଇପାରିବ । ଏହି ଫେବ୍ରିକେସନ ସମୟରେ ପ୍ଲେଟ ସେଗମେଣ୍ଟର ପ୍ରୋଫାଇଲ କଟିଂ, ୭୦ ମିଲିମିଟର ମୋଟେଇ ପ୍ଲେଟକୁ କୋନ ଆକୃତି କରିବା, ୧୫୦ ମିଲିମିଟର ମୋଟେଇ ଲିପ ରିଙ୍ଗ ଡ୍ରିଲିଙ୍ଗ, ଭାରି ସେଗମେଣ୍ଟ ଗୋଡିକୁ ସଂଯୁକ୍ତ କରିବା ଏବଂ ବୃହତାକାର ୱେଲ୍ଡିଂ ଆଦି କାର୍ଯ୍ୟ ଅତ୍ୟନ୍ତ ଆହ୍ୱାନମୂଳକ ରହିଥିଲା ।

ଏହି ପ୍ରୟାସର ଫଳସ୍ୱରୂପ କାଷ୍ଟିଙ୍ଗ, ମେସିନିଙ୍ଗ ଓ ୱେଲ୍ଡିଂ ବାବଦରେ କାରଖାନାର ପ୍ରାୟ ୬୦ ଲକ୍ଷ ଟଙ୍କାର ସଞ୍ଚୟ ସାଧନ ହୋଇପାରିଛି । ଏହି କାର୍ଯ୍ୟର ସଫଳତା ବିଭାଗୀୟ ସାମୁଦାୟିକଙ୍କୁ ଉତ୍ସାହିତ କରିଛି ଏବଂ ସେମାନେ ଭବିଷ୍ୟତରେ ଅନୁରୂପ ଆହ୍ୱାନମୂଳକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଦୃଢ ପ୍ରସ୍ତୁତ ଅଛନ୍ତି ।

Related Post